ଆଜି ଛତା ଦିବସ

ଆଜି ଛତା ଦିବସ

ଆଜି ଛତା ଦିବସ
ଆଜି ଛତା ଦିବସ । ୨୧ ଖ୍ରୀଷ୍ଟାବ୍ଦରେ ଚାଇନାରେ ଆଧୁନିକ ଛତାର ପ୍ରଚଳନ ଆରମ୍ଭ ହୋଇଥିଲା । ତାହା ଥିଲା ବିଶ୍ୱର ପ୍ରଥମ ବନ୍ଦ ହୋଇପାରୁନଥିବା ଛତା । ତେବେ, ଛତାର ପ୍ରଚଳନ ଏହାଠାରୁ ଢେ଼ର ପୁରୁଣା । ଅତି ପ୍ରାଚୀନ କାଳରେ ଭାରତ, ଇଜପିଟ, ଚାଇନ, ଗ୍ରୀସ ଆଦିରେ ବନ୍ଦ ହୋଇପାରୁନଥିବା ଛତାର ପ୍ରଚଳନ ଥିଲା । ଭାରତୀୟ ମୁନି ଋଷିମାନେ ପତ୍ର ତିଆରି ଛତା ବ୍ୟବହାର କରୁଥିଲେ । ପ୍ରଥମେ ଖରାରୁ ରକ୍ଷା ପାଇବା ପାଇଁ ଏହାର ବ୍ୟବହାର ଆରମ୍ଭ ହୋଇଥିଲା । ଏକଦା ଏହା ଥିଲା ଆଭିଜାତ୍ୟର ପ୍ରତୀକ । ଛତା ଉପôାଦନରେ ଚାଇନା ବିଶ୍ୱରେ ପ୍ରଥମ । ଏହାର ପ୍ରଚଳନ ମଧ୍ୟ ଚାଇନାରେ ହିଁ ସର୍ବାଧିକ । ସେଠାକାର ସାଙ୍ଗୟୁ ସହରରେ ସହସ୍ରାଧିକ ଛତା କାରଖାନା ଅଛି ।