ଆସନ୍ତାକାଲି ବଡ଼ଦିନ, ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁ
ଆସନ୍ତାକାଲି ବଡ଼ଦିନ, ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁ
admin
Dec 24, 2019 - 05:49
Updated: Dec 24, 2019 - 05:49
ଆସନ୍ତାକାଲି ବଡ ଦିନ । ମଧ୍ୟରାତ୍ରିରେ ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ । ବଡଦିନକୁ ନେଇ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଜୋର ଧରିଛି ପ୍ରସ୍ତୁତି । ଅଂଚଳରେ ଥିବା ସମସ୍ତ ଚର୍ଚ୍ଚ, ଗୀର୍ଜା ଓ ପ୍ରାର୍ଥନା ଘରକୁ ରଙ୍ଗୀନ ଆଲୋକମାଳା ଓ ରଙ୍ଗବେରଙ୍ଗର ଫୁଲ ଓ ବେଲୁନରେ ସଜ୍ଜିତ କରାଯାଇଛି । ବାଲିଗୁଡା ବଜାରରେ ବି ବଡଦିନ ଭିଡ ଦେଖିବାକୁ ମିଳିଲାଣି ।
ସେପଟେ ଶାନ୍ତଶୃଂଖଳାରେ ବଡଦିନ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ମଧ୍ୟ କରିଛି ପ୍ରସ୍ତୁତି । ଶାନ୍ତିକମିଟି ଗଠନ କରିବା ସହ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ବିଶେଷ କରି ଖ୍ରୀଷ୍ଟ ଧର୍ମାବଲମ୍ୱୀ ଭାଇ ଭଉଣୀ ଏହି ଦିନକୁ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରିବାକୁ ନିଜକୁ ପ୍ରସ୍ତୁତ କରି ଛନ୍ତି । କନ୍ଧମାଳ ଜିଲ୍ଲା ସହିତ ଫୁଲବାଣୀ ଜିଲ୍ଲାରେ ବି ଦେଖିବାକୁ ମିଳିଛି ବଡ ଦିନର ପ୍ରସ୍ତୁତି । ବାଲିଗୁଡା ସମେତ ରାଇକିଆ, ଜି ଉଦୟଗିରି, ଦାରିଙ୍ଗିବାଡି, କ ନୂଆ ଗାଁ, ତୁମୁଡିବନ୍ଧ ଓ କୋଟଗଡର ସମସ୍ତ ଚର୍ଚରେ ନାଚଗୀତ ସହିତ ବଡଦିନ ପାଳନ ପାଇଁ ହୋଇଛି ବଡ ପ୍ରସ୍ତୁତି ।