ଆଜିଠୁ ଆରମ୍ଭ ହେଲା ଗୋପାଳପୁର ମହୋତ୍ସବ

ଆଜିଠୁ ଆରମ୍ଭ ହେଲା ଗୋପାଳପୁର ମହୋତ୍ସବ

ଆଜିଠୁ ଆରମ୍ଭ ହେଲା ଗୋପାଳପୁର ମହୋତ୍ସବ
ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ଉତ୍ସବ ଲାଗି ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମହୋତ୍ସବକୁ ଉଦ୍‌ଘାଟନ କରିବେ । ଏହି ମହୋତ୍ସବ ୫ ଦିନ ଧରି ଚାଲିବା ପରେ ୨୮ ତାରିଖରେ ଶେଷ ହେବ। କଳା ଓ ସଂସ୍କୃତିର ଏହି ମହୋତ୍ସବକୁ ଧୂମଧାମର ସହ ପାଳନ କରିବା ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି। ଉଦଘାଟନ ଅବସରରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଦଯାପନୀ ସମାରୋହରେ କଣ୍ଠଶିଳ୍ପୀ ଶାନ୍ ଆସିବା କାର୍ଯ୍ୟକ୍ରମ ରହିଛି। ଏହାସହ ଓଲିଉଡ୍‌ ଜଗତର ଅନେକ ଅଭିନେତା,ଅଭିନେତ୍ରୀ ଓ କଳାକାର ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ବେଳାଭୂମି ମହୋତ୍ସବକୁ ନେଇ ଗଂଜାମ ହୋଟେଲ ଆସୋସିଏସନ ପ୍ରସ୍ତୁତ ରହିଛି । ସେପଟେ ପ୍ରବଳ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।