ଡିସେମ୍ବର ୨୬ରେ ସୂର୍ଯ୍ୟପରାଗ, ୨୫ ତାରିଖ ରାତି ୮ଟା ୨୦ରୁ ପାକତ୍ୟାଗ

ଡିସେମ୍ବର ୨୬ରେ ସୂର୍ଯ୍ୟପରାଗ, ୨୫ ତାରିଖ ରାତି ୮ଟା ୨୦ରୁ ପାକତ୍ୟାଗ

ଡିସେମ୍ବର ୨୬ରେ ସୂର୍ଯ୍ୟପରାଗ, ୨୫ ତାରିଖ ରାତି ୮ଟା ୨୦ରୁ ପାକତ୍ୟାଗ
ପୁରୀ - ଆଜିଠାରୁ ମାସେ ଧରି ପହିଲି ଭୋଗ ନୀତି ଚାଲିବ । ଏହି ଉପଲକ୍ଷେ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଥିବା ବେଳେ ଚଳିତ ମାସ ୨୬ ତାରିଖରେ କେତୁଗ୍ରସ୍ତ ସୂର୍ଯ୍ୟପରାଗ ପଡ଼ୁଛି । ଏହି ଦୃଷ୍ଟିରୁ ଶ୍ରୀମନ୍ଦିରରେ ୨୫ ତାରିଖରେ ସଅଳ ନୀତି ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ସୂର୍ଯେ୍ୟାପରାଗ ଯୋଗୁଁ ୨୫ ତାରିଖ ରାତି ୮ ଟା ୨୦ ରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ଥିବାରୁ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ନୀତି ସଅଳ କରିବାକୁ ନିଷ୍ପତ୍ତି ହୋଇଛି । ଡିସେମ୍ବର ୨୬ ସକାଳେ ଗ୍ରହଣ ସ୍ପର୍ଶ ପରେ ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡ ପରଠାରୁ ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ ଅନୁଷ୍ଠିତ ହେବ । ପରେ ତଡ଼ପଲାଗି-ବେଶ, ମଙ୍ଗଳ ଆଳତି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରାପାଳ ପୂଜା, ଗ୍ରହଣ ସାଧା ବେଶ ପରବର୍ତ୍ତୀ ଗ୍ରହଣ ଭୋଗ, ମଇଲମ ବେଶ, ଗୋପାଳବଲ୍ଲଭ ପହିଲି ଭୋଗ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ପରେ ଗୁରୁବାର ମାଜଣା, ଏକାନ୍ତ ଆଦି ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ ।