ରମ୍ଭା ତୃତୀୟା
ରମ୍ଭା ତୃତୀୟା
admin
Jun 5, 2019 - 06:50
Updated: Jun 5, 2019 - 06:50
ଆଜି ରମ୍ଭା ତୃତୀୟା । ଏହି ପବିତ୍ର ତିଥିରେ ରମ୍ଭାଙ୍କୁ ପୂଜା କରାଯାଏ । କିଂବଦନ୍ତି ଅନୁଯାୟୀ ସମୁଦ୍ର ମନ୍ଥନରୁ ବାହାରିଥିବା ଚଉଦ ରତ୍ନ ମଧ୍ୟରେ ରମ୍ଭା ଜଣେ । ମୁଖ୍ୟତଃ ବିହାହିତ ମହିଳାମାନେ ଆଜୀବନ ସଧବା ରହିବା ସହ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ରମ୍ଭା ତୃତୀୟା ପାଳନ କରନ୍ତି । ଅବିବାହିତମାନେ ଉତମ ପତି କାମନା କରି ଏହା ପାଳନ୍ତି । ଏହି ଦିନରେ ଭାରତର କେତେକ ଅଚଂଳରେ ମହାଲକ୍ଷ୍ମୀ ତଥା ସତୀ ମାତାଙ୍କୁ ପୂଜା କରିବା ବିଧି ପ୍ରଚଳିତ । ଚୁଡି ମଧ୍ୟ ପୂଜା କରାଯାଏ । ଚୁଡି, ରମ୍ଭା ଓ ମହାଲକ୍ଷ୍ମୀଙ୍କ ପ୍ରତୀକ । ରମ୍ଭା ତୃତୀୟାର ମହତ୍ୱ ସ୍କନ୍ଦ ପୁରାଣରେ ବର୍ଣ୍ଣିତ । ପାର୍ବତୀ ଏହି ତୃତୀୟା ପାଳି ଶିବଙ୍କୁ ପତି ରୂପେ ପାଇଥିଲେ । କଦଳୀ ଗଛ ମୂଳେ ଏହି ବ୍ରତ ପାଳନ ବିଧି ପ୍ରଚଳିତ ।