କୁମ୍ଭ ସଂକ୍ରାନ୍ତିର ବିଶେଷ ମହତ୍ୱ

କୁମ୍ଭ ସଂକ୍ରାନ୍ତିର ବିଶେଷ ମହତ୍ୱ

କୁମ୍ଭ ସଂକ୍ରାନ୍ତିର ବିଶେଷ ମହତ୍ୱ
ହିନ୍ଦୁ ଧର୍ମରେ ସଂକ୍ରାନ୍ତିର ଏକ ବିଶେଷ ମହତ୍ୱ ରହିଛି । ସୂର୍ଯ୍ୟ ମକର ରାଶିରୁ ବାହାରି କୁମ୍ଭ ରାଶିକୁ ଗମନ କଲେ କୁମ୍ଭ ସଂକ୍ରାନ୍ତି ହୋଇଥାଏ । ସୂର୍ଯ୍ୟଙ୍କ ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ଯୋଗୁଁ ଋତୁ ପରିବର୍ତ୍ତନ ହୋଇଥାଏ । ଏହି ଦିନ ସକାଳୁ ସ୍ନାନ କରି ସୂର୍ଯ୍ୟ ପୂଜକ ଓ ଅର୍ଘେ୍ୟା ଦେବା ଦ୍ୱାରା ସଫଳତା ପ୍ରାପ୍ତି ହୋଇଥାଏ । କୁମ୍ଭ ସଂକ୍ରାନ୍ତିରେ ସୂର୍ଯ୍ୟପୂଜା ଦ୍ୱାରା ପରିବାରର ସଦସ୍ୟଙ୍କ ଉପରେ କୌଣସି ବିପଦ ଆସି ନଥାଏ ବୋଲି ବିଶ୍ୱାସ ରହିଛି । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହୋଇଥାଏ । ଏହି ଦିନ ଖାଦ୍ୟ, ବସ୍ତ୍ର ଓ ବିଭିନ୍ନ ଜିନିଷ ଦାନ କରିବାର ପରମ୍ପରା ମଧ୍ୟ ରହିଛି । ଦେବୀ ପୁରାଣରେ କୁହାଯାଇଛି କୁମ୍ଭ ସଂକ୍ରାନ୍ତି ଦିନ ଯେଉଁ ବ୍ୟକ୍ତି ସ୍ନାନ କରନ୍ତି ନାହିଁ ଜନ୍ମ ଜନ୍ମାନ୍ତରେ ପର୍ଯ୍ୟନ୍ତ ଦରିଦ୍ର ହୋଇ ରହିଥାନ୍ତି । ତେଣୁ ସଂକ୍ରାନ୍ତି ଦିନ ସ୍ନାନ ଓ ଦାନର ପରମ୍ପରା ରହି ଆସିଛି । ଏହି ଦିନ ପାଣିରେ ରାଶି ପକାଇ ସ୍ନାନ କରିବାର ବିଧି ରହିଛି । ଏହା ପରେ ସୂର୍ଯ୍ୟ ପୂଜା ଓ ମନ୍ଦିର ପୂଜା ସାରି ଗରିବଙ୍କୁ ଦାନ ଦେବା ଉଚିତ । ରାଶି ଓ ଗୁଡରେ ପ୍ରସ୍ତୁତ ଖାଦ୍ୟ ଖାଇବା ସହିତ ତେଲ ନଥିବା ଖାଦ୍ୟ ଖାଇବା ପାଇଁ ନିୟମ ରହିଛି । କୁମ୍ଭ ଓ ମୀନ ସଂକ୍ରାନ୍ତିର ବିଶେଷ ମହତ୍ୱ ରହିଛି । କାରଣ କୁମ୍ଭ ସଂକ୍ରାନ୍ତି ପରେ ବସନ୍ତ ଋତୁ ଆସିଥାଏ ଏବଂ ମୀନ ସଂକ୍ରାନ୍ତି ପରେ ହିନ୍ଦୁ ନବ ବର୍ଷର ଆରମ୍ଭ ହୁଏ । କୁମ୍ଭ ମେଳାର ଆୟୋଜନ ମଧ୍ୟ ହୋଇଥାଏ ।