ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

ଭୁବନେଶ୍ବର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ହିନ୍ଦୁ ଧର୍ମ ବିଶ୍ବାସରେ ପୂଣ୍ୟ ଅର୍ଜନର ପବିତ୍ର ମାସ ହେଉଛି କାର୍ତ୍ତିକ, ଆଜି ଆଜି ହେଉଛି ଏ ମାସର ଅନ୍ତିମ ଦିବସ। ଉତ୍କଳୀୟ ପରମ୍ପରୋର ପୂର୍ବେ ଓଡ଼ିଆ ସାଧବମାନେ ଏଇ ପବିତ୍ର ତିଥିରେ ବୋଇତ ନେଇ ଦୂର ଦେଶକକୁ ବ୍ୟବସାୟ ପାଇଁ ଯାତ୍ରା ଆରରମ୍ଭ କରୁଥିଲେ। ସେଇ ସ୍ମୃତିରେ ଏହି ଦିନରେ ବୋଇତ ବନ୍ଦାଣ, ବୋଇତ ଭସା ଆଦି ହୋଇଥାଏ। ତେବେ ଡଙ୍ଗା ଭସସାଇବାା ବେଳେ ଏହି ପଦକ ଗାଇଥାଆନ୍ତି ଓଡ଼ିଆ ଶ୍ରଦ୍ଧାଳୁ। ଆ କା ମା ବୈ ପାନଗୁଆ ଥୋଇ ପାନଗୁଆ ତକ ତୋର ମାସକ ଧରମ ମୋର… କଣ ରହିଛି ଏ ଆ କା ମା ବୈର ମହାତ୍ମ୍ୟ? କଣ ଏ ଚାରି ଅକ୍ଷରରର ଅର୍ଥ? ହିନ୍ଦୁ ବିଶ୍ବାସରେ ଆଷାଢ଼, କାର୍ତ୍ତିକ, ମାର୍ଗଶୀର ଓ ବୈଶାକକ ମାସ ହେଉଛି ପୂଣ୍ୟମାସ। ଏଇ ଚାରିମାସରେ ମୁଖ୍ୟତଃ ଚକୁଳିିଆ ପଣ୍ଡାମାନେ ଗାଁକୁ ଗାଁ ବୁଲି ଭିକ୍ଷା ସଂଗ୍ରହ କରିଥାଆନ୍ତି। ଏହି ଚାରିମାସେର ପୂଣ୍ୟ ଅର୍ଜନ ଲାଗି ଦାନଧର୍ମ କରାଯାଇଥାଏ। ଏହି ଚାରିମାସର ପ୍ରଥମ ଅକ୍ଷର ହେଉଛି ଆ-କା-ମା-ବୈ।