ଆଜି ବୁଦ୍ଧ ପୂର୍ଣ୍ଣିମା

ଆଜି ବୁଦ୍ଧ ପୂର୍ଣ୍ଣିମା

ଆଜି ବୁଦ୍ଧ ପୂର୍ଣ୍ଣିମା
ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା କୁହାଯାଏ । ଏହି ତିଥି ଗୌତମ ବୁଦ୍ଧଙ୍କ ଜୟନ୍ତୀ ଓ ତାଙ୍କ ମହାହନିର୍ବାଣ ଦିବସ ରୂପେ ପବିତ୍ର ହୋଇଛି । ଏହି ଦିନ ଭଗବାନ ବୁଦ୍ଧଙ୍କୁ ବୁଦ୍ଧତ୍ୱ ପ୍ରାପ୍ତି ହୋଇଥିଲା । ବୌଦ୍ଧ ଧର୍ମକୁ ମାନୁଥିବା ୫୦ କୋଟିରୁ ଅଧିକ ଲୋକ ଏହି ଦିନକୁ ବେଶ ଧୂମଧାମରେ ପାଳନ କରନ୍ତି । ହିନ୍ଦୁ ପୁରାଣ ଅନୁସାରେ, ବୁଦ୍ଧଦେବ ଶ୍ରୀ ବିଷ୍ଣୁଭ୍କର ନବମ ଅବତାର । ତେଣୁ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଏହି ଦିନ ପବିତ୍ର ମନେକରାଯାଏ । ସେଥିପାଇଁ ବୁଦ୍ଧଙ୍କୁ ସମର୍ପିତ ସମସ୍ତ ପୀଠ ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କର ପବିତ୍ର ତୀର୍ଥ ସ୍ଥଳ ଭାବେ ପରିଚୟ ପାଇଛି । ପୌରାଣିକ ମାନ୍ୟତା ଅନୁସାରେ , ଗୃହତ୍ୟାଗ ପରେ ସିଦ୍ଧାର୍ଥ ସାତ ବର୍ଷ ପର୍ଯ୍ୟନ୍ତ ବଣରେ ବୁଲିଲେ । ସେଠାରେ କୋଠର ତପସ୍ୟା କଲେ ଏବଂ ଶେଷରେ ବୈଶାଖ ପୂର୍ଣ୍ଣିମା ଦିନ ବୋଧଗୟାର ବୋଧି ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତି କଲେ । ସେବେଠାରୁ ଏହି ଦିନ ବୁଦ୍ଧ ପୂର୍ଣ୍ଣିମା ନାମରେ ଖ୍ୟାତ ହୋଇଛି ।