ଆଜି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ, ହୋଇପାରେ ମନ୍ଦିର ନିର୍ମାଣ ତାରିଖ ନିର୍ଦ୍ଧାରଣ
ଆଜି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ, ହୋଇପାରେ ମନ୍ଦିର ନିର୍ମାଣ ତାରିଖ ନିର୍ଦ୍ଧାରଣ
admin
Feb 19, 2020 - 05:50
Updated: Feb 19, 2020 - 05:50
ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କେବେ ଓ କେମିତ ନିର୍ମାଣ ହେବ, ସେ ନେଇ ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ସୁପ୍ରିମକୋର୍ଟଙ୍କ ଆଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ହେବ । ଏଥିରେ ମନ୍ଦିର ନିର୍ମାଣ ଆରମ୍ଭ କରିବା ମୂହୁର୍ତ୍ତ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ବୈଠକରେ ସାଧାରଣ ଜନତାଙ୍କ ଠାରୁ ଧନରାଶି ସହଯୋଗ ନିଆଯିବ ନା ନାହିଁ ଏହାରି ଉପରେ ମଧ୍ୟ ନିଷ୍ପତ୍ତି ହୋଇପାରେ । ଏହା ଦ୍ୱାରା ଭବିଷ୍ୟତରେ କୌଣସି ବିବାଦ ଦେଖାଯିବ ନାହିଁ ବୋଲି ଅନେକ ବୁଦ୍ଧିଜୀବୀମାନେ କରୁଛନ୍ତି । ଟ୍ରଷ୍ଟ ଏହାରି ଉପରେ ବିଚାର କରିବ ଯେ, ନିର୍ମାଣ ସମୟରେ ରାମଲଲାଙ୍କୁ କେଉଁଠି ରଖାଯିବ । ବୈଠକରେ ଅଯୋଧ୍ୟାର ମାଷ୍ଟର ପ୍ଲାନ ଉପରେ ମଧ୍ୟ ଚର୍ଚ୍ଚା ହେବ ।
ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପ୍ରସ୍ତାବିତ ବୈଠକ ପାଇଁ ଟ୍ରଷ୍ଟର ତିନି ଜଣ ସଦସ୍ୟ ମହନ୍ତ ଦିନେନ୍ଦ୍ର ଦାସ, ରାଜା ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ଏବଂ ଡା. ଅନିଲ ମିଶ୍ର ମଙ୍ଗଳବାର ଅଯୋଧ୍ୟାରୁ ପ୍ରସ୍ଥାନ କରିଛନ୍ତି । ନୃତ୍ୟ ଗୋପାଳ ଦାସଙ୍କ ବ୍ୟତୀତ ବିଶ୍ୱ ହିନ୍ଦୁ ପରିଷଦର ଚମ୍ପତ ରାୟ ମଧ୍ୟ ବୈଠକରେ ସାମିଲ ହେବେ ।
ଭୂମି ପୂଜନ ମାର୍ଚ୍ଚ ୨୫ରୁ ଏପ୍ରିଲ ୮ ମଧ୍ୟରେ କରିବା ପୂର୍ବରୁ ଟ୍ରଷ୍ଟ ସର୍ବପ୍ରଥମେ ମନ୍ଦିର ନିର୍ମାଣ ତାରିଖ ନିର୍ଦ୍ଧାରଣ କରିବ । କିନ୍ତୁ ମନ୍ଦିର ନିର୍ମାଣ କରିବାରେ ଏବେ ସମୟ ଲାଗିବ । କାରଣ ଟ୍ରଷ୍ଟ ମନ୍ଦିର ନିର୍ମାଣସ୍ଥଳର ମାଟି ଯାଞ୍ଚ କରିବା ଲାଗି ଭୂଗର୍ଭ ଶାସ୍ତ୍ରୀ ଓ ବାସ୍ତୁ ଶାସ୍ତ୍ରୀଙ୍କ ଠାରୁ ମତାମତ ଲୋଡ଼ିଛି । ମନ୍ଦିର ନିର୍ମାଣ କେଉଁ କମ୍ପାନୀକୁ ଦିଆଯିବ, ଏହି ପ୍ରସଙ୍ଗରେ ବୈଠକରେ ନିଷ୍ପତ୍ତି ନିଆଯିବ । ମନ୍ଦିରକୁ ଭବ୍ୟ କରାଯିବା ନେଇ ମଧ୍ୟ ଆଲୋଚନା ହେବ । କୁହାଯାଉଛି ଯେ, ମନ୍ଦିରକୁ ଭବ୍ୟ ନିର୍ମାଣ କରିବା ପାଇଁ ମଡେଲକୁ ପରିବର୍ତ୍ତନ କରା ନ ଯାଉ । ଅନ୍ୟ ପକ୍ଷରେ ଟ୍ରଷ୍ଟର ସଦସ୍ୟ କାମେଶ୍ୱର ଚୌପାଲଙ୍କ କହିବା ଅନୁସାରେ ଏତେ ସବୁ କାମ ଗୋଟିଏ ବୈଠକରେ ଆଲୋଚନା ହେବା ସମ୍ଭବ ନୁହେଁ ।