ବଡ ଚନ୍ଦ୍ରଗ୍ରହଣ ଆଜି

ବଡ ଚନ୍ଦ୍ରଗ୍ରହଣ ଆଜି

ବଡ ଚନ୍ଦ୍ରଗ୍ରହଣ ଆଜି
ପୁରୀ : ମଙ୍ଗଳବାର ଚନ୍ଦ୍ରଗ୍ରହଣ । ଏଥିପାଇଁ ଆଜି ମହାପ୍ରଭୁଙ୍କ ନୀଳାଦି୍ର ବିଜେ ନୀତି ସଅଳ ଶେଷ ହୋଇଛି । ଆଜି ଭୋର ୫ଟା ସୁଦ୍ଧା ରାତି ପହୁଡ଼ି ହେବ । ସେପଟେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି । ଅପରାହ୍ନ ୪ଟା ୩୦ ରୁ ପାକତ୍ୟାଗ ହେଉଥିବା ବେଳେ ରାତି ସାଢେ଼ ୪ଟାରେ ଗ୍ରହଣ ସର୍ବମୋକ୍ଷ ହେବ । ଏହି ଦୃଷ୍ଟିରୁ ମଧ୍ୟାହ୍ନ ଧୂପ ରେ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ସମ୍ପନ୍ନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ସକାଳ ୬ଟାରେ ଦ୍ୱାରଫିଟା, ସାଢେ଼ ୬ଟାରେ ଭିତରଶୋଧ, ୭ଟାରେ ମଙ୍ଗଳଆରତି, ସାଢେ଼ ୭ଟା ରେ ମଇଲମ ତଡପଲାଗି, ୭ଟା ୫୦ରେ ଅବକାଶ ପୂଜା, ୮ଟା ୧୦ରେ ଅଧରପୋଛା, ସାଢେ଼ ୮ଟାରେ ଅବକାଶ ପୂଜା, ୮ଟା ୩୫ରେ ମଇଲମ, ୮ଟା ୪୫ରେ ସୂର୍ଯ୍ୟପୂଜା, ୯ଟାରେ ଦ୍ୱାରପାଳ ପୂଜା, ସାଢେ଼ ୯ଟାରେ ବେଶ ଶେଷ ପରେ ପୂର୍ବାହ୍ନ ୧୦ଟାରେ ଗୋପାଳବଲ୍ଲଭ ପୂଜା ଶେଷ ହେବ । ପୂର୍ବାହ୍ନ ସାଢେ଼ ୧୦ଟାରୁ ସାଢେ଼ ୧୧ଟା ଭିତରେ ସକାଳ ଧୂପ, ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ଗୋଟାଏ ମଇଲମ ଓ ବେଶ, ପୂର୍ବାହ୍ନ ୧୦ଟା ୪୫ରୁ ସାଢେ଼ ଗୋଟାଏ ପ୍ରଥମ ଭୋଗ ମଣ୍ଡପ, ଅପରାହ୍ନ ୨ଟାରୁ ୩ ଟା ମଧ୍ୟାହ୍ନ ଧୂପ, ଅପରାହ୍ନ ୨ଟା ୧୫ ରୁ ୪ଟା ଦ୍ୱିତୀୟ ଭୋଗ ମଣ୍ଡପ ନୀତି ସମ୍ପନ୍ନ ହେବ । ଅପରାହ୍ନ ୪ଟାରେ ମଇଲମ ଓ ସାଢେ଼ ୪ଟାରେ ତଡ଼ପଲାଗି ନୀତି ସମ୍ପନ ହେବ । ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ସରି ସମୟକୁ ଦେଖି ନୀତି ସମ୍ପନ୍ନ ହେବ ।