ଦୁର୍ଲଭ ନାଗାର୍ଜୁନ୍‌ ବେଶରେ ଚତୁର୍ଦ୍ଧାମୂର୍ତ୍ତି

ଦୁର୍ଲଭ ନାଗାର୍ଜୁନ୍‌ ବେଶରେ ଚତୁର୍ଦ୍ଧାମୂର୍ତ୍ତି

ଦୁର୍ଲଭ ନାଗାର୍ଜୁନ୍‌ ବେଶରେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ : ଦୁର୍ଲଭ ନାଗାର୍ଜୁନ୍‌ ବେଶରେ ସଜ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦୀର୍ଘ ଅଢେଇ ଘଣ୍ଟା ପରେ ଶେଷ ହୋଇଛି ବହୁ ପ୍ରତୀକ୍ଷିତ ନାଗାର୍ଜୁନ୍‌ ବେଶ । ଆଜି ସକାଳ ସାତଟାରୁ ଆରମ୍ଭ ହୋଇ ସକାଳ ସାଢ଼େ ୯ଟାରେ ପ୍ରଭୁଙ୍କ ଏହି ବେଶ ଶେଷ ହୋଇଥିବା ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି। ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ବୀର ବେଶରେ ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଥିଲେ। ଦୁଇ ଠାକୁରଙ୍କ ମସ୍ତକରେ ହାଣ୍ଡିଆ ଶୋଭା ପାଉଥିବା ବେଳେ ଉଭୟ ଢେଣୁ, ଶିଙ୍ଗା, ତୂଣୀର, ବାଘନଖ ଓ ଖଣ୍ଡା ଆଦି ଆୟୁଧ ଧାରଣ କରିଥିଲେ। ନାଗାର୍ଜୁନ ବେଶରେ ମହାପ୍ରଭୁ ସଜ୍ଜିତ ହୋଇଥିବା ବେଳେ କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁ ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।