ଆଜିଠାରୁ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି
ଆଜିଠାରୁ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି
admin
Nov 23, 2019 - 05:52
Updated: Nov 23, 2019 - 05:52
ଭୁବନେଶ୍ବର: ଆଜି ଠାରୁ ୫ ଦିନ ବ୍ୟାପି ଉତ୍କଳ ବିଶ୍ବବିଦ୍ୟାଳୟ ପାଳିବ ଏହାର ପ୍ଲାଟିନମ୍ ଜୁବୁଲି । ଆଜି ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟରେ ପହଞ୍ଚି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ୫କୋଟି ୫୦ ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ଇ-ପାଠାଗାର ଓ ସାିଣ୍ଟିଫି୍କ ଇନ୍ଷ୍ଟୁ୍ରମେଣ୍ଟ ସେଣ୍ଟରକୁ ମଧ୍ୟ ଲୋକାର୍ପଣ କରିବେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ, ବିଶ୍ବବିଦ୍ୟାଳୟ କୁଳପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
୫ ଦିନ ଧରି ଏହି ପ୍ଲାଟିନମ୍ ଜୁବୁଲି ଚାଲୁ ରହିବ। ଆସନ୍ତା କାଲିର ମୁଖ୍ୟ ଆକର୍ଷଣ ହେଉଛି ‘ମହାମିଳନ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ ଏବଂ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେବେ। ପ୍ରାୟତଃ ୧୦ହଜାରରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ବିଶ୍ବବିଦ୍ୟାଳୟରେ ଶାନ୍ତି ଓ ସୁରକ୍ଷା ନିମନ୍ତେ ଦୁଇଟି ପିସିଆର୍ ପହରା ଦେବା ସହ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପ୍ରାୟ ୩୦ଜଣ ସ୍ବତନ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଛନ୍ତି।