ଆଡିଲେଡ ଟେଷ୍ଟରେ ଭାରତର ପରାଜୟ

ଆଡିଲେଡ ଟେଷ୍ଟରେ ଭାରତର ପରାଜୟ

ଆଡିଲେଡ ଟେଷ୍ଟରେ ଭାରତର ପରାଜୟ
ନୂଆଦିଲ୍ଲୀ: ଆଡିଲେଡରେ ଅଢେଇ ଦିନରେ ଲଢେଇ ଶେଷ ହୋଇଛି । ଏହି ଟେଷ୍ଟରେ ଭାରତ ପରାଜୟ ବରଣ କରିଛି । ୨ ୱିକେଟରେ ୯୩ ରନ ସଂଗ୍ରହ କରି ଅଷ୍ଟ୍ରେଲିଆ ସହଜରେ ବିଜୟ ହାସଲ କରିଛି । ଭାରତ ପ୍ରଥମ ଇନିଂସରେ ୨୪୪ ଓ ଦ୍ୱିତୀୟ ଇନିଂସରେ ୩୬ ରନ କରିଥିବାବେଳେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୧ ଓ ଦ୍ୱିତୀୟ ଇନିଂହରେ ଦୁଇଟି ୱିକେଟ ହରାଇ ୯୩ ରନ ସଂଗ୍ରହ କରି ବିଜୟ ହାସଲ କରିଛି । ଫଳରେ ୪ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ଇନିଂସରେ ୩୬ ରନରେ ଭାରତ ଅଲଆଉଟ ହୋଇଥିଲା । ଗୋଟିଏ ଇନିଂସରେ ୩୬ ରନ ଭାରତର ସର୍ବନିମ୍ନ ଦଳଗତ ସ୍କୋର ।