ଆତଙ୍କୀର ମୁଣ୍ଡ ପାଇଁ ୫ ବିଲିୟନ ଡଲାରର ପୁରସ୍କାର, ଜାଣନ୍ତୁ କିଏ

ଆତଙ୍କୀର ମୁଣ୍ଡ ପାଇଁ ୫ ବିଲିୟନ ଡଲାରର ପୁରସ୍କାର, ଜାଣନ୍ତୁ କିଏ

ଆତଙ୍କୀର ମୁଣ୍ଡ ପାଇଁ ୫ ବିଲିୟନ ଡଲାରର ପୁରସ୍କାର, ଜାଣନ୍ତୁ କିଏ
ନୂଆଦିଲ୍ଲୀ : ଆମେରିକାର ଗୁଇନ୍ଦା ସଂସ୍ଥା ଏଫବିଆଇ ପକ୍ଷରୁ ପାକର ଆତଙ୍କବାଦୀ ସାଜିଦ ମିର ନାମରେ ୫ ବିଲିୟନ ଡଲାରର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏଫବିଆଇ ପକ୍ଷରୁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଦୀର୍ଘ ୧୨ ବର୍ଷ ଧରି ଭାରତ ସରକାରଙ୍କ ୱାଣ୍ଟେଡ ତାଲିକାରେ ରହିଛି ମିର । ବିଭିନ୍ନ ସମୟରେ ମିର ସମ୍ପର୍କରେ ସୂଚନା ମିଳିଥିଲେ ମଧ୍ୟ ଗିରଫ ହୋଇ ନାହିଁ ଏହି ଦୁର୍ଦ୍ଧାନ୍ତ ଆତଙ୍କୀ । ୨୬/୧୧ ମୁମ୍ବାଇ ଆକ୍ରମଣର ଏହି ମାଷ୍ଟର ମାଇଣ୍ଡ ଜଣକ ବିଗତ ୧୨ ବର୍ଷ ଧରି ଫେରାର ରହିଛି । କେବଳ ଭାରତ ନୁହେଁ ବିଭିନ୍ନ ବିଦେଶୀ ରାଷ୍ଟ୍ରରେ ମଧ୍ୟ ମିର ୱାଣ୍ଟେଡ ତାଲିକାରେ ରହିଛି ମିର । ମିର ଭାରତ ସମେତ ଆମେରିକା, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଡେନମାର୍କ ଏବଂ ୟୁକେରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ରହିଥିବାର ପ୍ରମାଣ ମିଳିଛି । ଆମେରିକା ପକ୍ଷରୁ ତାଲିବାନ ସହ ସମ୍ପର୍କ କରାଯାଇ ମିରକୁ ଧରିବାର ପ୍ରୟାସ କରାଯାଇଥିଲେ ମଧ୍ୟ ମିର ସର୍ବଦା ଖସିଯିବାରେ ସକ୍ଷମ ହୋଇଛି । ୧୬ ବର୍ଷ ବୟସରେ ଲସ୍କର ସହିତ ଯୋଗ ଦେଇଥିବା ମିରର ଫଟୋ ମଧ୍ୟ ଉପଲବ୍ଧ ନୁହେଁ ।