ଋଷିଆ ଟୀକା ଉପରେ ପ୍ରଶ୍ନବାଚୀ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ଋଷିଆ ଟୀକା ଉପରେ ପ୍ରଶ୍ନବାଚୀ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ଋଷିଆ ଟୀକା ଉପରେ ପ୍ରଶ୍ନବାଚୀ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
ମସ୍କୋ : ଋଷ ପକ୍ଷରୁ ଆବିଷ୍କୃତ କରୋନା ଟୀକାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି ବିଶ୍ୱ ସ୍ୱାସ୍ଥୃ୍ୟ ସଙ୍ଗଠନ । ଆଡଭାନ୍ସ ପର୍ଯ୍ୟାୟରେ ରହିଥିବା ୯ ଟୀକା ମଧ୍ୟରେ ଋଷର ଟୀକା ସ୍ପୁଟନିକ-୫ ନଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଅଗଷ୍ଟ ୧୧ ତାରିଖରେ ଋଷ ପକ୍ଷରୁ ନୂତନ ଟୀକାର ଆବିଷ୍କାର ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଘୋଷଣା କରିଥିଲେ । ୧୮ରୁ ୬୦ ବର୍ଷ ବୟସ୍କଙ୍କ ବ୍ୟବହାର ପାଇଁ ଏହି ଟୀକା ଉଦ୍ଧିଷ୍ଟ ବୋଲି ଋଷ ପକ୍ଷରୁ କୁହାଯାଇଥିଲା । ତେବେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ଖାରଜ କରିବା ସହିତ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣରେ ରହିଥିବା ୯ ଟୀକା ମଧ୍ୟରେ ଋଷର ସ୍ପୁଟନିକ-ଭି ନାହିଁ ବୋଲି ମତ ଦେଇଛି । ଅକ୍ସଫୋର୍ଡ ପକ୍ଷରୁ ଆବିଷ୍କୃତ ଟୀକା ଏହି ପରୀକ୍ଷଣରେ ଆଗୁଆ ରହିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବରିଷ୍ଠ ପରାମର୍ଶ ଦାତା ବ୍ରୁସ୍ ଆଇଲୟାର୍ଡ ପ୍ରକାଶ କରିଛନ୍ତି ।