ଏକଜିଟ ପୋଲ : ବାଜି ମାରିବ ‘ଆପ’

ଏକଜିଟ ପୋଲ : ବାଜି ମାରିବ ‘ଆପ’

ଏକଜିଟ ପୋଲ : ବାଜି ମାରିବ ‘ଆପ’
ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନରେ ପୁଣି ବାଜିମାତ କରିବ ଅରବିନ୍ଦ କେଜ୍ରିୱାଲଙ୍କ ‘ଆମ ଆଦମୀ ପାର୍ଟି’ । ପୁଣି ଥରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ କେଜ୍ରିୱାଲ । ପୁଣି ଥରେ ଫେଲ ମାରିବ ମୋଦି-ଶାହାଙ୍କ ରଣନୀତି । ଏକଜିଟ ପୋଲରେ ଏଭଳି ଆକଳନ କରାଯାଇଛି । ତେବେ ପୂର୍ବାପେକ୍ଷା ବିଜେପିର ପ୍ରଦର୍ଶନ ଭଲ ରହିବ ବୋଲି ଆକଳିତ ହୋଇଛି । ବହୁ ପ୍ରତୀକ୍ଷିତ ଦିଲ୍ଲୀ ନିର୍ବାଚନ ଶେଷ ହୋଇଛି । ଭୋଟ ଗଣତି ପାଇଁ ଆହୁରି ସମୟ ବାକି ଥିଲେ ମଧ୍ୟ ବହୁ ଗଣମାଧ୍ୟମ ବୁଥ ଫେରନ୍ତା ଭୋଟରଙ୍କ ମତାମତ ଆଧାରରେ ପୂର୍ବାନୁମାନ କରିଛନ୍ତି । ୨୦୧୫ ନିର୍ବାଚନରେ ବିଜେପିକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଅପରପକ୍ଷରେ ଆପ ଆଶାତୀତ ସଫଳତା ପାଇଥିବାବେଳେ କଂଗ୍ରେସ ମାଟି କାମୁଡ଼ିଥିଲା । କେଉଁ ଏକଜିଟ ପୋଲ ସଂସ୍ଥା କ’ଣ ଆକଳନ କରିଛନ୍ତି ଜାଣନ୍ତୁ ? ରିପ୍ଲବିକ-ଜନ କି ବାତ - ଆପ : ୪୮-୬୧, ବିଜେପି ୯-୨୧, କଂଗ୍ରେସ - ୧ ଟାଇମ୍ସ ନାଓ-ଆଇପିଏସଓଏସ - ଆପ : ୪୪, ବିଜେପି ୨୬ ନେତା-ନୁ୍ୟଜଏକ୍ସ - ଆପ : ୫୩-୫୭, ବିଜେପି : ୧୧-୧୭, କଂଗ୍ରେସ : ୦-୨