ପ୍ରତାପ ଜେନାଙ୍କ ନାଁରେ ଏତଲା

ପ୍ରତାପ ଜେନାଙ୍କ ନାଁରେ ଏତଲା

ପ୍ରତାପ ଜେନାଙ୍କ ନାଁରେ ଏତଲା
ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ସାଲେପୁର ଥାନରେ ଏତଲା କଲେ କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ । ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିବା ନେଇ ଏତଲା ଦର୍ଶାଇଛନ୍ତି । ତଦନ୍ତ କରି ଅଭିଯୁକ୍ତକୁ ଗିରଫ ଦାବି କଲେ ହେମନ୍ତ । ବିଜେଡିକୁ ଭୋଟ ଦେଲେ ଟଙ୍କା ମିଳିବାର ପ୍ରଲୋଭନ ଦେଖାଇ ଥିଲେ ପ୍ରତାପ । ସୂଚନା ଅନୁଯାୟୀ ଗତକାଲି ସାଲେପୁର ଏକ ସଭାରେ ଭୋଟ ପାଇଁ ମନ୍ତ୍ରୀ ପ୍ରତାପ ଖୋଲାଖୋଲି ଭାବେ ଲାଂଚ ଯାଚିବା ଘଟଣା ବିଧି ଉଲଙ୍ଘନ ହୋଇଛି । ଏହି ଘଟଣା ଚର୍ଚ୍ଚା ନହେବା ପାଇଁ ସଭାରେ ସମସ୍ତ କ୍ୟାମେରା ଏବଂ ମୋବାଇଲ ବନ୍ଦ କରିବାକୁ କହିଥିଲେ । ସେ ମାଳ ଏବଂ ନଗଦା ପଂଚାୟତର କର୍ମୀ ସମ୍ମିଳନୀରେ ଲୋଭ ଦେଖାଇଥିବା ଅଭିଯୋଗ ହୋଇଛି । ମନ୍ତ୍ରୀ ସେହି ସମୟରେ କହିଥିଲେ କି, ଯେଉଁ ପଞ୍ଚାୟତ ବିଜେଡ଼ିକୁ ବେଶି ଭୋଟ୍ ଦେବ ତାକୁ ୩୫ ଲକ୍ଷ ଟଙ୍କା ଦିଆଯିବ। କେବଳ ଏତିକି ନୁହେଁ ଯେଉଁ ବୁଥରୁ ପ୍ରଶାନ୍ତ ବେହେରାଙ୍କୁ ଅଧିକ ପ୍ରତିଶତ ଭୋଟରେ ଜିତେଇବେ ସାଲେପୁର ନିର୍ବାଚନ ମଣ୍ଡଳୀରେ ସେହି ବୁଥକୁ ୧୫ ଲକ୍ଷ ଟଙ୍କା ଦିଆଯିବ। ଉକ୍ତ ଅର୍ଥ ତୁରନ୍ତ ନିର୍ବାଚନ ପରେ ବିଧାୟକ ପାଣ୍ଠିରୁ ଦିଆଯିବ। ଏହା ପୂରା ସାଲେପୁର ନିର୍ବାଚନ ମଣ୍ଡଳୀରେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।