ଏଥର ଦିଲ୍ଲୀରେ ‘ମୋ ସରକାର’ ପ୍ରଜ୍ଞାପନ ମେଢ଼

ଏଥର ଦିଲ୍ଲୀରେ ‘ମୋ ସରକାର’ ପ୍ରଜ୍ଞାପନ ମେଢ଼

ଏଥର ଦିଲ୍ଲୀରେ ‘ମୋ ସରକାର’ ପ୍ରଜ୍ଞାପନ ମେଢ଼
ଭୁବନେଶ୍ୱର - ଆସନ୍ତା ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଓଡ଼ିଶା ସରକାର ପ୍ରଜ୍ଞାପନ ମେଢ଼ ପାଇଁ ‘ମୋ ସରକାର’ ଡିଭାଇନକୁ ବାଛିଛନ୍ତି । ଏହାଛଡ଼ା ଶ୍ରୀ ଜଗନ୍ନାଥ ମନ୍ଦିର ବିକାଶ ଓ ଅନ୍ୟ ୧୦ଟି ବିକାଶ ମୂଳକ ଥିମ୍କୁ ନେଇ ସରକାର ପ୍ରଜ୍ଞାପନ ମେଢ଼ ଡିଭାଇନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ଡିଭାଇନ କେନ୍ଦ୍ର ନିକଟରେ ଦାଖଲ କରାଯିବ । କେନ୍ଦ୍ରର ଅନୁମୋଦନ ପରେ ଚୂଡାନ୍ତ ଡିଭାଇନକୁ ସ୍ଥାନ ମିଳିବ । ଉଲ୍ଲେଖଯୋଗ୍ୟ, କ୍ରମାଗତ ୫ମ ପାଳିରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଗତ ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’ । ଏ କାର୍ଯ୍ୟକ୍ରମରେ ସରକାର ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଯୋଗାଇବାକୁ ସଂକଳ୍ପବଦ୍ଧ ହୋଇଛନ୍ତି । ଏ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିଲା ବେଳେ ଏହାର ଥିମ୍କୁ ନେଇ ପ୍ରଜ୍ଞାପନ ମେଢ଼ ଡିଭାଇନକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।