ଏନଡ଼ିଏକୁ ଢଳୁଛି ବିଜେଡ଼ି

ଏନଡ଼ିଏକୁ ଢଳୁଛି ବିଜେଡ଼ି

ଭୁବନେଶ୍ୱର : ଆଉ ୪୮ ଘଂଟା ପରେ ଆରମ୍ଭ ହେବ ଭୋଟ ଗଣତି । ମେ’ ୨୩ ଅପରାହ୍ନ ବେଳକୁ ସବୁ କିଛି ସ୍ପଷ୍ଟ ହୋଇଯିବ । କାହା ମୁଣ୍ଡରେ ଭୋଟରମାନେ ପାଗ ଭିଡ଼ିଛନ୍ତି ସେନେଇ ଏବେଠାରୁ କିନ୍ତୁ ଅବଗଣନା ଆରମ୍ଭ ହୋଇଯାଇଛି । ତେବେ ଅଧିକାଂଶ ସର୍ଭେରେ ପୁଣି କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡ଼ିଏ ସରକାର ଗଠନ ହେବ ବୋଲି ଆକଳନ କରାଯାଇଛି । ଏହାକୁ ଲକ୍ଷ୍ୟ କରିବା ପରେ ଆଉ ପୂର୍ବଭଳି ସମଦୂରତ୍ୱ ରକ୍ଷା ନକରିବାକୁ ବିଜେଡ଼ି ନିଷ୍ପତି ନେଇଛି । ଅଣକଂଗ୍ରେସ ଦଳ ଭାବେ ଖ୍ୟାତି ଅର୍ଜନ କରିଥିବା ବିଜେଡ଼ି ଏବେ ନିଜର ପୁରୁଣା ମେଂଟକୁ ଫେରିବାକୁ ଯୋଜନା କରିଛି । ଏନଡ଼ିଏ ଆଡ଼କୁ ବିଜେଡ଼ି ଢଳୁଥିବାବେଳେ ଏନେଇ ସର୍ତ ରଖିଛି । ଯଦି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ତେବେ ଦଳ ବିଜେପି ନେତୃତ୍ୱାଧୀନ ଏନଡ଼ିଏକୁ ସମର୍ଥନ ଦେବ । ବିଜେଡ଼ି ନିଜ ଆଡ଼ୁ ଏହି ପ୍ରସ୍ତାବ ଦେଇଛି । ଯଦି ଓଡ଼ିଶାକୁ ଏନଡ଼ିଏ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ସମ୍ମତି ଦେବ ତେବେ ବିଜେଡ଼ି ଓଡ଼ିଶା ସ୍ୱାର୍ଥ ପାଇଁ ସମର୍ଥନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।