ଐତିହାସିକ ରାୟ : ଅଯୋଧ୍ୟାରେ ତିଆରି ହେବ ରାମ ମନ୍ଦିର

ଐତିହାସିକ ରାୟ : ଅଯୋଧ୍ୟାରେ ତିଆରି ହେବ ରାମ ମନ୍ଦିର

ଐତିହାସିକ ରାୟ : ଅଯୋଧ୍ୟାରେ ତିଆରି ହେବ ରାମ ମନ୍ଦିର
ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ଏହି ଖଣ୍ଡପୀଠରେ ବିଚାରପତି ଏସଏ ବୋବଡେ଼, ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ଏସ ଅବଦୁଲ ନଜିର ସଭ୍ୟ ରହିଛନ୍ତି । ବିବାଦୀୟ ଜମି ରାମଲାଲଙ୍କର ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ ମୁସଲିମ ପକ୍ଷଙ୍କୁ ଅନ୍ୟ ସ୍ଥାନରେ ୫ ଏକର ଜମି ପ୍ରଦାନ କରିବାକୁ କୁହାଯାଇଛି । ଫଳରେ ସେଠାରେ ଏକ ମସଜିଦ ନିର୍ମାଣ ହୋଇପାରିବ । ଭାରତରେ ଏତେ ବଡ ପରିମିତ ଅଂଚଳରେ ମସଜିଦ ନଥିବାବେଳେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତି ମୁସଲିମ ପକ୍ଷଙ୍କୁ ବି ଖୁସ କରିଦେଇଛି । ଅପରପକ୍ଷରେ ଦୀର୍ଘଦିନର ଲଢେ଼ଇ ପରେ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ନିର୍ମାଣ ହେବାକୁ ଯାଉଥିବାରୁ ମଧ୍ୟ ହିନ୍ଦୁ ପକ୍ଷ ଖୁସି ଜାହିର କରିଛନ୍ତି । ସୁପ୍ରିମକୋର୍ଟ ସୁଟ ନମ୍ବର ୪ ଓ ସୁଟ ନମ୍ବର ୫କୁ ଗ୍ରହଣ କରିଛନ୍ତି । ଉଭୟ ହିନ୍ଦୁ ଓ ମୁସଲମାନଙ୍କୁ ନ୍ୟାୟ ଦେଇ ସୁପ୍ରିମକୋର୍ଟ ବିବାଦର ସମାଧାନ କରିଛନ୍ତି । ଅଯୋଧ୍ୟାର ବିବାଦୀୟ ଜମିରେ ରାମଲାଲାଙ୍କର ମନ୍ଦିର ହେବା ସହ ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ୫ ଏକର ଜମିରେ ମସଜିଦ ମଧ୍ୟ କରାଯିବ । ସୁପ୍ରିମକୋର୍ଟ ମନ୍ଦିର ନିର୍ମାଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଏକ ଟ୍ରଷ୍ଟ କରି ଏନେଇ ୩ ମାସ ମଧ୍ୟରେ ନିୟମ କରିବାକୁ ସୁପି୍ରମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ବିବାଦୀୟ ସ୍ଥାନରେ ହିନ୍ଦୁମାନେ ପୂଜାର୍ଚ୍ଚନା କରୁଥିବାବେଳେ ମୁସଲିମମାନେ ନମାଜ ବି ପାଠ କରିବାର ପ୍ରମାଣ ରହିଛି । ତେବେ ନିର୍ମୋହୀ ଆଖଡ଼ାର ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏଯାବତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଉଭୟ ହିନ୍ଦୁ ଓ ମୁସଲମାନ ପକ୍ଷଙ୍କୁ ଖୁସ କରିଦେଇଥିବାବେଳେ ଦେଶରେ ଭାଇଚାରା ବଜାୟ ରହିବ ବୋଲି ଆଶା କରାଯାଉଛି । ଗୋଟିଏ ରାୟରେ ସୁପ୍ରିମକୋର୍ଟ ଦୀର୍ଘଦିନର ବିବାଦକୁ ସମାଧାନ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ।