ପାରାଦୀପ ଠାରୁ ୯୫ କିମି ଦୂରରେ ‘ବୁଲବୁଲ’

ପାରାଦୀପ ଠାରୁ ୯୫ କିମି ଦୂରରେ ‘ବୁଲବୁଲ’

ପାରାଦୀପ ଠାରୁ ୯୫ କିମି ଦୂରରେ ‘ବୁଲବୁଲ’
ଭୁବନେଶ୍ୱର: ବାତ୍ୟା ବୁଲବୁଲ ଏବେ ପାରାଦୀପ ଠାରୁ ୯୫ କିମି ଦୂରରେ ରହିଛି । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ବୁଲବୁଲ ଏବେ ଘଣ୍ଟାପ୍ରତି ୧୩ କିମି ବେଗରେ ଗତି କରୁଛି । ଆଜି ଅପରାହ୍ନ ୫ରୁ ରାତି ୧୦ ଟା ଭିତରେ ଲ୍ୟାଣ୍ଡଫଲ କରିପାରେ । ବୁଲବୁଲ ପୂର୍ବ ଉତ୍ତର ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ କରିଛି । ତେଣୁ ଆଉ ୪ରୁ ୫ଘଣ୍ଟା ଯାଏଁ ବର୍ଷା ଜାରି ରହିବ । ବିଶେଷ କରି ବାଲେଶ୍ୱର ଓ ଭଦ୍ରକରେ ବର୍ଷାର ପରିମାଣ ବଢିପାରେ । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇଛି । ଧାମରାରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବୋହିଛି । ପାରାଦୀପ, ରାଜନଗର, ଚାନ୍ଦବାଲି ଓ ବାସୁଦେବପୁରରେ ଗଛ ଉପୁଡ଼ିଛି । ଏନଡିଆରଏଫ, ଓଡ୍ରାଫ ଟିମ ଦ୍ୱାରା ଗଛ କଟା ଆରମ୍ଭ ହୋଇଯାଇଛି । କିଛି ସ୍ଥାନରେ ବିଦୁ୍ୟତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଅଢେଇ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଧାମରାରେ ୯ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଟିମ ପହଞ୍ଚିଛି । ଫସଲ କ୍ଷୟକ୍ଷତି ନେଇ କୃଷି ସଚିବଙ୍କ ସହ ଆଲୋଚନା ହୋଇଛି । କ୍ଷୟକ୍ଷତି ଆକଳନ ପାଇଁ ଗୋଟିଲ ଟିମ ବାହାରିଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।