ଫେସବୁକରେ ନିର୍ବାଚନୀ ବିଜ୍ଞାପନ: ୧୦ କୋଟି ଟଙ୍କା ମୂଲ୍ୟର
ଫେସବୁକରେ ନିର୍ବାଚନୀ ବିଜ୍ଞାପନ: ୧୦ କୋଟି ଟଙ୍କା ମୂଲ୍ୟର
admin
Apr 7, 2019 - 11:15
Updated: Apr 7, 2019 - 11:15
ନୂଆଦିଲ୍ଲୀ : ନିର୍ବାଚନ ଯେତେ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳମାନେ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ସୋସିଆଲ ମିଡିଆ ମଧ୍ୟରୁ ଫେସବୁକ ଉପରେ ଦଳମାନେ ଅଧିକ ଫୋକସ ରେ ରଖୁଛନ୍ତି। ଗତ ଫେବୃଆରୀ ଓ ମାର୍ଚ୍ଚ ମାସରେ ରାଜନୈତିକ ଦଳମାନେ ଫେସବୁକ ବିଜ୍ଞାପନରେ କେତେ ବ୍ୟୟ କରିଛନ୍ତି ତାହାର ଏକ ରିପୋର୍ଟ ( ଫେସବୁକ ଆଡ ଲାଇବ୍ରେରୀ ରିପୋର୍ଟ) ସାମନାକୁ ଆସିଛି ।
ବିଭିନ୍ନ ଦଳମାନେ ଏହି ଦୁଇମାସରେ ଫେସବୁକରେ ମୋଟ ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟର ବିଜ୍ଞାପନ ଦେଇଛନ୍ତି । ଫେସବୁକ ବିଜ୍ଞାପନରେ ବିଜେପି ସବୁଠାରୁ ଆଗରେ ରହିଅଛି। ବିଜେପି ଏହି ଦୁଇମାସରେ ଫେସବୁକରେ ପ୍ରାୟ ୩୭୦୦ ଟି ବିଜ୍ଞାପନ ଦେଇଥିବାବେଳେ ଏଗୁଡ଼ିକର ମୂଲ୍ୟ ୨.୨୩ କୋଟି ଟଙ୍କା ରହିଛି । ଭାରତକେ ମନ କି ବାତ ପେଜ ମାଧ୍ୟମରେ ବିଜେପି ଏସବୁ ବିଜ୍ଞାପନ ଦେଇଛି । ସେହିପରି ଆଉ ଦୁଇଟି ପେଜ ‘ମାଇଁ ଫାଷ୍ଟ ଭୋଟ ଫର ମୋଦି’ ଓ ‘ନେସନ ଓ୍ଵିଥ ନମୋ’ ମାଧ୍ୟମରେ ଆଉ ୩୬.୨ ଲକ୍ଷ ଟଙ୍କା ବ୍ୟୟ କରିଛି ।