ଓଏସ ସ୍ତରରେ ଅଦଳବଦଳ , ଜାଣନ୍ତୁ କାହୁାକୁ ମିଳିଲା କେଉଁ ଦାୟିତ
ଓଏସ ସ୍ତରରେ ଅଦଳବଦଳ , ଜାଣନ୍ତୁ କାହୁାକୁ ମିଳିଲା କେଉଁ ଦାୟିତ
ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ମୋଟ ୧୧ଜଣ ଓଏଏସ୍ ଅଫିସରଙ୍କର ବଦଳି ହୋଇଛି ଓ ବରିଷ୍ଠ ଓଏଏସ୍ ସୂର୍ୟ୍ୟମାଧବ ପାଣିଗ୍ରାହୀଙ୍କୁ ଭୁବନେଶ୍ୱରରେ ଚକବନ୍ଦୀ ଓ ବନ୍ଦୋବସ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ପାଣିଗ୍ରାହୀ ବ୍ରହ୍ମପୁରରେ ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ୟ୍ୟ କରୁଥିଲେ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ପାଣିଗ୍ରାହୀଙ୍କ ସମେତ ବରିଷ୍ଠ ଓଏଏସ୍ ବ୍ରଜଗୋପାଳ ଆଚାର୍ୟ୍ୟଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ ଆଚାର୍ୟ୍ୟ ରାଜ୍ୟ ସଡ଼କ ପରିବହନ ନିଗମରେ ଜେନେରାଲ ମ୍ୟାନେଜର ଭାବେ କାର୍ୟ୍ୟ କରୁଥିଲେ । ସେହିପରି ଆରାଧନା ଦାସଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ସଚିବ, ବିଶିକେଶନ ଦେହୁରୀଙ୍କୁ ରାଜ୍ୟ ସଡ଼କ ପରିବହନ ନିଗମର ଜେନେରାଲ ମ୍ୟାନେଜର ଭାବେ ବଦଳି ହୋଇଛି । ସେହିପରି ସ୍ମିତା ବିଶ୍ୱାଳଙ୍କ ବଦଳି ବାତିଲ କରାଯାଇ ତାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ୟ୍ୟ କରିବାକୁ ଅନୁମତି ଦିଆଯାଇଛି ।
ସେହିପରି ଖୋର୍ଦ୍ଧାର ଅତିରିକ୍ତ ଉପଜିଲ୍ଲାପାଳ ରଶ୍ମିତାରାଣୀ ତରାସିଆଙ୍କୁ ରାଜ୍ୟ ଗୃହନିର୍ମାଣ ବୋର୍ଡର ସଚିବ ଭାବେ ବଦଳି କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ଲଲାଟ କୁମାର ଲୁହଙ୍କୁ ବରଗଡ଼ ଉପଜିଳ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି ନବରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଅଭିମୁନ୍ୟୁ ମାଝୀଙ୍କୁ ପାନପୋଷ ଉପଜିଲ୍ଲାପାଳ ଓ ବେଣୁଧର ଶବରଙ୍କୁ ନବରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଭାବେ ବଦଳି କରାଯାଇଛି ।