କଙ୍କଡା ବି ଖାଇପାରେ ନଡ଼ିଆ
କଙ୍କଡା ବି ଖାଇପାରେ ନଡ଼ିଆ
admin
Jan 13, 2020 - 07:50
Updated: Jan 13, 2020 - 07:50
ନଡ଼ିଆ ଖାଉଥିବା କଙ୍କଡ଼ା
କୋକାନଟ୍ କ୍ରାବ ବା ନଡ଼ିଆ କଙ୍କଡ଼ା ବିଶେଷ କରି ଭାରତରେ ଦେଖାଯାଆନ୍ତି । ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରରେ ଥିବା କେତେକ ଦ୍ୱୀପରେ ମଧ୍ୟ ଏହି କଙ୍କଡ଼ା ଦେଖାଯାଆନ୍ତି । ଏହାଛଡ଼ା ନଡ଼ିଆ କଙ୍କଡ଼ା ଗାମ୍ବିଏର ଦ୍ୱୀପ, ପିଟ୍କାରିନ ଦ୍ୱୀପ ଓ ଅଷ୍ଟ୍ରେଲିଆର ମାଇନଲ୍ୟାଣ୍ଡ ଓ ମାଡାଗାସ୍କରରେ ଏହି କଙ୍କଡ଼ା ଦେଖାଯାଆନ୍ତି । ‘ରୋବର କ୍ରାବ’ ଓ ‘ଥ୍ରିପ କ୍ରାବ’ ନାମରେ ମଧ୍ୟ ଏହି କଙ୍କଡ଼ା ପରିଚିତ । ଏହି ଜାତିର କଙ୍କଡ଼ା ନଡ଼ିଆ ଗଛରେ ଚଢ଼ି ନଡ଼ିଆ ଖାଉଥିବା କାରଣରୁ ଏହିଭଳି ନାମକରଣ ହୋଇଛି । ଏମାନଙ୍କ ଶରୀର ଦେଖିବା ପାଇଁ ବଡ଼ । ଏମାନଙ୍କର ଶରୀର ଲମ୍ବ ଏକ ମିଟର ହୋଇଥିବା ବେଳେ ଓଜନ ଚାରି କିଲୋ ପର୍ଯ୍ୟନ୍ତ ହୋଇଥାଏ ।
ନଡ଼ିଆ କଙ୍କଡ଼ାଙ୍କ ଶରୀରରେ ମୋଟା ଓ ଟାଣ କବଚ ରହିଥାଏ । ଏମାନଙ୍କ ଗୋଡ଼ ତୀକ୍ଷ୍ଣ ମୁନିଆ ଅସ୍ତ୍ର ଭଳି ଦେଖିବା ପାଇଁ । ସେହି ମୁନିଆ ଗୋଡ଼ରେ ସେମାନେ ନଡ଼ିଆ କତା ଛଡ଼ାଇଥାନ୍ତି । ନଡ଼ିଆ ସହିତ ଏମାନେ ଛୋଟ ଛୋଟ ସରୀସୃପ ଓ ପକ୍ଷୀକୁ ମଧ୍ୟ ଖାଇଥାନ୍ତି । କେତେକ ରାଷ୍ଟ୍ରରେ ନଡ଼ିଆ କଙ୍କଡ଼ାକୁ ଖାଦ୍ୟ ଭାବେ ଗ୍ରହଣ କରାଯାଏ । ଆଉ କେତେକ ରାଷ୍ଟ୍ରରେ ଏହି କଙ୍କଡ଼ାକୁ ଶକ୍ତିର ପ୍ରତୀକ ବୋଲି ଧରାଯାଏ । ଏଣୁ କୌଣସି ବ୍ୟକ୍ତି ଯଦି କଙ୍କଡ଼ାକୁ ମାରି ଦେଇଥାନ୍ତି ବା ଚୋରା ଚାଲାଣ କରିବା ସମୟରେ ଧରାପଡ଼ନ୍ତି, ତେବେ ସେମାନଙ୍କୁ ଦଣ୍ଡ ମିଳିଥାଏ ।