କରୋନାର ପ୍ରଥମ ଔଷଧ ୨-ଡିଜିକୁ ଅନୁମତି

କରୋନାର ପ୍ରଥମ ଔଷଧ ୨-ଡିଜିକୁ ଅନୁମତି

କରୋନାର ପ୍ରଥମ ଔଷଧ ୨-ଡିଜିକୁ ଅନୁମତି
ନୂଆଦିଲ୍ଲୀ : କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆଜି ଆମ ଦେଶରେ ଗୋଟିଏ ଦିନରେ ୪ ଲକ୍ଷ ୧ ହଜାର ୦୭୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୪୧୮୭ ଜଣ ମୃତୁ୍ୟବରଣ କରିଛନ୍ତି । ଏହାରି ଭିତରେ ସାମାନାକୁ ଆସିଲା ଏକ ବଡ ଖବର । ତାହା ହେଲା କରୋନାର ପ୍ରଥମ ଔଷଧକୁ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଛି । ଡିଆରଡିଓ ଦ୍ୱାରା ପ୍ରସ୍ତୁତ ହୋଇଛି ଏହି ଔଷଧ । ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇଙ୍କ ଅନୁମତି ମିଳିଛି । ଏହି ଔଷଧ ଦେଶରେ କରୋନା ଚିକିତ୍ସା ପାଇଁ ବ୍ୟବହାର ହେବ । ଡିଆରଡିଓର ଆଇଏନଏମଏସ ଓ ହାଇଦ୍ରାବାଦ ସିସିଏମବିର ପ୍ରୟାସରେ ପ୍ରସ୍ତୁତ ମିଳିବ । ଏହି ଔଷଧର ବର୍ତମାନର ନାମ-ଡିଅକ୍ସି-ଚାକୋଜ୍ (୨-ଡିଜି) ରଖାଯାଇଛି ।