ଏସସିବିରେ ବଢିବ ଆଉ ଶହେ କୋଭିଡ୍ ବେଡ୍: ଅନନ୍ୟା ଦାସ

ଏସସିବିରେ ବଢିବ ଆଉ ଶହେ କୋଭିଡ୍ ବେଡ୍: ଅନନ୍ୟା ଦାସ

ଏସସିବିରେ ବଢିବ ଆଉ ଶହେ କୋଭିଡ୍ ବେଡ୍: ଅନନ୍ୟା ଦାସ
ଭୁବନେଶ୍ୱର:କଟକ ସହରେ କରୋନା ସ୍ଥିତି ନେଇ ସିଏମସି କମିଶନର ଅନନ୍ୟା ଦାସ ଅନେକ ଗରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏବେ କଟକ ସହରରେ ୩୬୮୫ ଆକ୍ଟିଭ କେସ୍ ରହିଛି, ୩୬୮୫ରୁ ୮୮% ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି । କୋଭିଡ କେୟାର ସେଂଟରରେ ୪୦%ରୁ ୫୦% ସିଟ୍ ଫିଲପ୍ ରହିଛି । ସେଥିରୁ ୧୦ % ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରଣ କରିବାକୁ ପଡୁଛି । ଏସସିବିକୁ ମିଶାଇ କଟକରେ ଏବେ ୧୨ଶହ ବେଡ୍, ୩ଶହ ଆଇସିୟୁ ଅଛି । ଏସସିବିରେ ଆଉ ଶହେ ବଢାଯିବ, ସେଥିରୁ ୪୧ ଆଇସିୟୁ ରହିବ । ଘରେ ରହି ଚିକିତ୍ସିତ ହୁଅନ୍ତି, ଜରୁରୀ ପଡିଲେ ଆମ ନମ୍ବରରେ ଜଣାନ୍ତୁ ବୋଲି କମିଶନର କହିଛନ୍ତି । କୋଭିଡ କଂଟ୍ରୋଲ ରୁମ୍ ନମ୍ବର-୭୦୭୭୭୭୫୫୫୫ରେ ଯୋଗାଯୋଗ କରୁନ୍ତୁ । ଜରୁରୀ ଥିଲେ ଟୋଲ ଫ୍ରି ନମ୍ବର-୧୮୦୦ ୩୪୫୮୨୮୯ ଫୋନ୍ କରନ୍ତୁ । ଲକ୍ଷଣ ଥାଇ ଆଂଟିଜେନ ନେଗେଟିଭ ଆସିଲେ ଜଣାନ୍ତୁ । କୋଭିଡ ହସ୍ପିଟାଲରେ ସସପେକ୍ଟ ହିସାବରେ ଆଡବିଶନ କରାଯିବ ବୋଲି ସିଏମସତ କମିଶନର କହିଛନ୍ତି ।