କେମିତି ସୁସ୍ଥ ରହିବେ ଆସନ୍ତୁ ଜାଣିବା

କେମିତି ସୁସ୍ଥ ରହିବେ ଆସନ୍ତୁ ଜାଣିବା

କେମିତି ସୁସ୍ଥ ରହିବେ ଆସନ୍ତୁ ଜାଣିବା
ନିକଟରେ ହୋଇଥିବା ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଯେ ନିୟମିତ କସରତ କରିବା ସହ ସାଇକେଲ ଚଳାଉଥିବା ବ୍ୟକ୍ତି ଏକ ସୁସ୍ଥ ଜୀବନ ଅତିବାହିତ କରିଥାନ୍ତି । ଜର୍ମାନୀର ବିଶେଷଜ୍ଞ ଦଳ ୪୦-୫୫ ବର୍ଷ ବୟସର ଲୋକଙ୍କୁ ନେଇ କିଛି ମାସ ଅନୁଧ୍ୟାନ କରିଥିଲେ । ନିୟମିତ ଏମାନଙ୍କୁ କସରତ ଓ ସପ୍ତାହରେ ୪ ଦିନ ସାଇକେଲ ଚଳାଇବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ପ୍ରାୟ ୬ ମାସ ଏପରି କରିବା ପରେ ରକ୍ତଚାପ, ମଧୁମେହ ନିୟନ୍ତ୍ରିତ ହେବା ସହ ପ୍ରତ୍ୟେକ କାର୍ଯ୍ୟ କରିବାରେ ସେମାନେ ବେଶ୍‍ ଫୂର୍ତ୍ତି ଅନୁଭବ କରୁଥିବାର ଦେଖାଯାଇଥିଲା । ସାଇକେଲ ଚଲାଇବା ସବୁଠୁ ଉତ୍ତମ ଅଭ୍ୟାସ । କାରଣ ଏହା ଦ୍ୱାରା ଆପଣଙ୍କ ଆଣ୍ଠୁଗଣ୍ଠି ସମସ୍ୟା ବୟସ ଅଧିକ ହେଲେ ମଧ୍ୟ ହୋଇନଥାଏ । କସରତ କଲେ ଆପଣଙ୍କୁ ପୂର୍ତ୍ତି ଲାଗିବା ସହ ମନ ପ୍ରଫୁଲ୍ଲ ରହେ । ଦୈନିକ ପ୍ରାତଃଭ୍ରମଣ କଲେ ମନରୁ ନକାରାତ୍ମକ ଶକ୍ତି ଦୂର ହୁଏ । ଏସବୁ ବାଦ୍‍ ପ୍ରତ୍ୟହ ସାଇକେଲ ଚଳାଇଲେ ଜଣେ ବ୍ୟକ୍ତି ନିରୋଗ ଜୀବନ ଅତିବାହିତ କରିଥାଏ । ବିଶେଷଜ୍ଞଙ୍କ ମତରେ ଅତି କମ୍‍ରେ ପ୍ରତିଦିନ ୨୦-୨୫ ମିନିଟ୍‍ ସାଇକେଲ ଚଲାଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ ।