କୋହଳ ହୋଇପାରେ ଜୋରିମାନା

କୋହଳ ହୋଇପାରେ ଜୋରିମାନା

କୋହଳ ହୋଇପାରେ ଜୋରିମାନା
ଭୁବନେଶ୍ୱର:ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼ । ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା । ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । ତେବେ ଏହି ଜୋରିମାନା କୋହଳ ହୋଇପାରେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅତ୍ୟଧିକ ଜୋରିମାନା ବାଧୁଥିବା ଆଲୋଚନା ହେଉଛି । ଏହା କୋହଳ ହୋଇପାରେ । ଏହା କେନ୍ଦ୍ରୀୟ ଆଇନ, ଆମେ ପରିବର୍ତ୍ତନ କରିପାରିବୁ ନାହିଁ । ତେବେ ଆଇନର କିଛି ଧାରାରେ ବଦଳ ନେଇ ରାଜ୍ୟର କିଛି କ୍ଷମତା ରହିଛି । ଏନେଇ ଆସନ୍ତାକାଲି ବୈଠକ ଡକାଯାଇଛି । ଉକ୍ତ ବୈଠକରେ ଜୋରିମାନା କୋହଳ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଜୋରିମାନା ଅଧିକ ପାଇଁ ଲୋକେ ସଚେତନ ହୋଇଥିବା ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।