ଖେଳାଳିମାନଙ୍କୁ ସ୍ୱଦେଶ ପଠାଇବା ପାଇଁ ଅଣ୍ଟା ଭିଡିଲା ମୁମ୍ବାଇ ଇଣ୍ଡିଆନସ
ଖେଳାଳିମାନଙ୍କୁ ସ୍ୱଦେଶ ପଠାଇବା ପାଇଁ ଅଣ୍ଟା ଭିଡିଲା ମୁମ୍ବାଇ ଇଣ୍ଡିଆନସ
admin
May 7, 2021 - 08:05
Updated: May 7, 2021 - 08:05
ମୁମ୍ବାଇ: ରିଲାଏନ୍ସ ମାଲିକାନାରେ ପରିଚାଳିତ ମୁମ୍ବାଇ ଇଣ୍ଡିଆନସ କୋଭିଡ କଟକଣାକୁ ନେଇ ସଂକଟରେ ପଡ଼ିଯାଇଥିବା ନିଜ ଖେଳାଳିମାନଙ୍କୁ ସ୍ୱଦେଶ ପଠାଇବା ପାଇଁ ଅଣ୍ଟା ଭିଡିଛି । ଏହି ଫ୍ରାଞ୍ଚାଇଜ ଏବେ ଏକାଧିକ ଚାର୍ଟର୍ଡ ବିମାନ ବ୍ୟବସ୍ଥା କରିଛି । କେବଳ ଏତିକି ନୁହେଁ, ଅନ୍ୟ ଫ୍ରାଞ୍ଚାଇଜର ବିଦେଶୀ ଖେଳାଳିମାନଙ୍କୁ ମଧ୍ୟ ନିଜ ଦ୍ୱାରା ବ୍ୟବସ୍ଥିତ ଚାର୍ଟର୍ଡ ବିମାନରେ ପଠାଇବା ପାଇଁ ପ୍ରସ୍ତାବ ଦେଇଛି । ଅନ୍ୟ ଫ୍ରାଞ୍ଚାଇଜର ଯେଉଁ ଖେଳାଳିମାନେ ସ୍ୱଦେଶ ଫେରିବାକୁ ଚାହୁଁଛନ୍ତି ସେମାନେ ମୁମ୍ବାଇ ଇଣ୍ଡିଆନସ ଖେଳାଳିଙ୍କ ସହ ଯୋଗ ଦେବାକୁ କହିଛନ୍ତି । ତାଙ୍କ ଶିବିରରେ କୌଣସି ଲଣ୍ଡନ ଭିତ୍ତିକ ଖେଳାଳି ନଥିବାରୁ ମୁମ୍ବାଇ ଇଣ୍ଡିଆନସ ବିମାନ ଲଣ୍ଡନ ଯାତ୍ରା କରିବନି । ହେଲେ ଦକ୍ଷିଣ ଆଫି୍ରକା, ନୁ୍ୟଜିଲାଣ୍ଡ ଏବଂ କାରବୀୟ ରାଷ୍ଟ୍ରକୁ ନିଶ୍ଚିତ ବିମାନ ଉଡ଼ାଣ କରିବ ବୋଲି ରିଲାଏନ୍ସ ସ୍ପଷ୍ଟ କରିଛି । ନୁ୍ୟଜିଲାଣ୍ଡ ପାଇଁ ରିଲାଏନ୍ସ ବ୍ୟବସ୍ଥା କରିଥିବା ଚାର୍ଟଡ ବିମାନରେ ମୁମ୍ବାଇ ଇଣ୍ଡିଆନସ ଖେଳାଳି ଟ୍ରେଣ୍ଟ ବୋଲଟ, ଆଦାମ ମିଲେନ, ଜେମସ ନୀସାମ, ସେନ ବଣ୍ଡ ଯିବାକୁ ଥିବା ବେଳେ ଅନ୍ୟ ଫ୍ରାଞ୍ଚାଇଜର କିୱି ସଦସ୍ୟଙ୍କୁ ଯୋଗ ଦେବାର ପ୍ରସ୍ତାବ ଦେଇଛି । ସେହିପରି ଆରବୀୟ ରାଷ୍ଟ୍ର ଅଭିମୁଖେ ଯାତ୍ରା କରିବାକୁ ଥିବା ଚାର୍ଟାର୍ଡ ବିମାନ ଜୋହାନସବର୍ଗ ଦେଇ ଯିବ । ଯେଉଁଥିରେ ଦକ୍ଷିଣ ଆଫି୍ରକାର କି୍ରଣ୍ଟନ ଡି’କକ ଓ ମାର୍କୋ ଜାନସେନ ଯାତ୍ରା କରିବେ । ଜୋହାନସବର୍ଗର ଓଆର ଡାମ୍ବୋ ବିମାନ ବନ୍ଦରରେ ଇନ୍ଧନ ଭରିବା ପରେ ବିମାନ ସିଧାସଳଖ ସେଠାରୁ ତି୍ରନିଦାଦ ଅଭିମୁଖେ ଉଡ଼ାଣ କରିବ । ସେଠାରେ କିରଣ ପୋଲାର୍ଡ ଓହ୍ଲାଇବେ । ଏହି ବିମାନ ଦୁଇ ଦିନ ମଧ୍ୟରେ ଯାତ୍ରା କରିବ ବୋଲି ରିଲାଏନ୍ସ ପକ୍ଷରୁ କୁହାଯାଇଛି ।