ଚନ୍ଦ୍ରଭାଗାରେ ରଙ୍ଗବତୀ

ଚନ୍ଦ୍ରଭାଗାରେ ରଙ୍ଗବତୀ

ଚନ୍ଦ୍ରଭାଗାରେ ରଙ୍ଗବତୀ
ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ବଙ୍ଗଳା ଚଳଚ୍ଚିତ୍ର ‘ଗୋତ୍ର’ ରେ ଦେଖିବାକୁ ମିଳିବ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ । ରଙ୍ଗବତୀର ଏହି ବଙ୍ଗଳା ସଂସ୍କରଣକୁ ପ୍ରସ୍ତୁତ କରିଛନ୍ତି ସୁରଜିତ ଚାଟାର୍ଜୀ ଓ ଇମନ ଚାଟାର୍ଜୀ । ଗୀତ ଦୃଶ୍ୟରେ ନଜର ଆସିବେ ଦେବୋଲୀନା ଓ ଓମ ପ୍ରକାଶ ସାହାଣୀ । ଚନ୍ଦ୍ରଭାଗା ବେଳାଭୂମିରେ ଏହା ଦୃଶ୍ୟ ଗ୍ରହଣ କରାଯାଇଛି । ନନ୍ଦିତା ରାଏ ଏବଂ ଶିବ ପ୍ରସାଦ ମୁଖାର୍ଜୀଙ୍କ ନିଦେ୍ର୍ଧଶିତ ବଙ୍ଗଳା ଛବି ‘ଗୋତ୍ର’ରେ ସ୍ଥାନିତ ଏହି ଗୀତଟି ୟୁଟୁ୍ୟବରେ ରିଲିଜ ପରେ ଲକ୍ଷ ଲକ୍ଷ ଦର୍ଶକଙ୍କ ପ୍ରଶଂସା ସାଉଁଟି ଚାଲିଛି । ଏହି ବଙ୍ଗଳା ସଂସ୍କରଣରେ କିନ୍ତୁ ଗୀତର ମୂଳ ଲେଖକ, ଗାୟକ ଓ ନିଦେ୍ର୍ଧଶକଙ୍କ ନାଁ ଉଲ୍ଲେଖ ରହିବା ସହ ସେମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇଛି । ଗୀତିକାର ମିତ୍ରଭାନୁ ଗୌନ୍ତିଆ ରଙ୍ଗବତୀର ମୂଳ ଲେଖକ । ଏହାକୁ ଗାଇଥିଲେ ଜିତେନ୍ଦ୍ରୀୟ ହରିପାଲ ଓ କି୍ରଷ୍ଟା ପଟେଲ ଏବଂ ସ୍ୱର ସଂଯୋଜନା କରିଥିଲେ ପ୍ରଭୁଦତ୍ତ ପ୍ରଧାନ । ୨୦୧୫ରେ ରଙ୍ଗବତୀର ରିମିକ୍ସ ଗାଇ ବିବାଦ ଘେରକୁ ଆସିଥିଲେ ସୋନା ମହାପାତ୍ର । ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପ ଉଦଘାଟନୀରେ ଏହି ଗୀତକୁ ଗାଇଥିବା ଶଙ୍କର ମହାଦେବଙ୍କ ଗାୟନଶୈଳୀକୁ ନେଇ ପ୍ରଶ୍ନ ଉଠିଥିଲା । କେବଳ ସେତିକି ନୁହେଁ , ଏକାଧିକ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ର ସମେତ ଖ୍ୟାତି ସମ୍ପନ୍ନ ନିଦେ୍ର୍ଧଶକ ନୀଳମାଧବ ପଣ୍ଡାଙ୍କ ବଲିଉଡ ଫିଲ୍ମ ‘କୌନ କିତନେ ପାନି ମେଁ’ ରେ ବି ରଙ୍ଗବତୀକୁ ସ୍ଥାନିତ କରାଯାଇଛି ।