ଚଳନ୍ତା ବସ୍‌ରେ ଲାଗିଲା ନିଆଁ

ଚଳନ୍ତା ବସ୍‌ରେ ଲାଗିଲା ନିଆଁ

ଚଳନ୍ତା ବସ୍‌ରେ ଲାଗିଲା ନିଆଁ
ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷୀ ଘାଟିରେ ଶୁକ୍ରବାର ଏକ ଚଳନ୍ତା ବସ୍‌ ନିଆଁଲାଗି ଜଳିଯାଇଛି। ଶର୍ଟସର୍କିଟରୁ ଏହି ନିଆଁ ଲାଗିଥିବା କୁହାଯାଉଛି । ଅଳ୍ପକେ ବର୍ତ୍ତିଲେ ୫୦ଜଣ ଯାତ୍ରୀ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣୀ ଘାଟିରେ ଆଜି ସକାଳେ କଲ୍ୟାଣୀ ନାମକ ଏକ ଘରୋଇ ବସ୍‌ରେ ନିଆଁ ଲାଗିଯାଇଥିଲା। ନିଆଁ ଦେଖି ଡ୍ରାଇଭର ତୁରନ୍ତ ବସ୍‌କୁ ଛିଡା କରାଇ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ। ଫଳରେ ଏକ ବଡ ବିପଦରୁ ଯାତ୍ରୀମାନେ ରକ୍ଷା ପାଇଯାଇଥିଲେ। ତେବେ ବସ୍‌ଟି ସଂପୂର୍ଣ୍ଣ ଜଳିଯାଇଥିଲା। ବସ୍‌ଟି କରଞ୍ଜିଆ ସିଙ୍ଗଡ଼ା ଗାଁରୁ ବେତନଟୀ ଆସୁଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।