ଚଳିତ ବର୍ଷ ରତ୍ନ ସିଂହାସନ ଲେଜର ସ୍କାନିଂ ବନ୍ଦ
ଚଳିତ ବର୍ଷ ରତ୍ନ ସିଂହାସନ ଲେଜର ସ୍କାନିଂ ବନ୍ଦ
ପୁରୀ: ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବା ପରେ ଶ୍ରୀମନ୍ଦିରର ବାର୍ଷିକ ମରାମତି ଓ ରକ୍ଷଣାବେକ୍ଷଣ କାମ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) କରିବାକୁ ନିଷ୍ପତ୍ତି ହୋଇଛି । ଏହି ପର୍ଯ୍ୟାୟରେ ଗର୍ଭଗୃହ, ରତ୍ନ ସିଂହାସନ, ଜଗମୋହନ ନାଟମଣ୍ଡପ ଆଦି ଲେଜର ସ୍କାନିଂ କରି ଡକୁ୍ୟମେଣ୍ଟେସନ କରିବାକୁ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଥିଲା । ଏହି ପ୍ରସ୍ତାବ ଉପରେ ବିଚାର ବିମର୍ଶ କରି ଶ୍ରୀମନ୍ଦିର ପ୍ରଶାସନ ଗର୍ଭଗୃହର ଲେଜର ସ୍କାନିଂ ପାଇଁ ଚଳିତ ବର୍ଷ ଅନୁମତି ଦେଇନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କି୍ରଷନ କୁମାର କହିଛନ୍ତି ନାଟମଣ୍ଡପ ଏବଂ ଜଗମୋହନର ଲେଜର ସ୍କାନିଂ ଚଳିତ ବର୍ଷ କରାଯିବ । ବିଭିନ୍ନ ସ୍ଥାନର ସ୍ଥିତିକୁ ଯାଞ୍ଚ କରାଯିବ । ଏହି ଦୁଇ ସ୍ଥାନର ସ୍କ୍ରାନିଂ ରିପୋର୍ଟକୁ ଅନୁଧ୍ୟାନ କରାଯିବ । ସ୍କାନିଂ ରିପୋର୍ଟ ଆଧାରରେ କିଛି ସୁଫଳ ମିଳିଲେ ଆସନ୍ତା ବର୍ଷ ଗର୍ଭଗୃହର ଲେଜର ସ୍କାନିଂ ପାଇଁ ଅନୁମତି ଦିଆଯିବ । ତେବେ ଗର୍ଭଗୃହରେ ପାରମ୍ପରିକ ରକ୍ଷଣାବେକ୍ଷଣ ତଥା ସଫେଇ ଆଦି କାର୍ଯ୍ୟ ପ୍ରତିବର୍ଷ ଭଳି କରାଯିବ ବୋଲି ସୂଚନା ମିଳିଛି ।