ଚାନ୍ଦବାଲି କିମ୍ବା ଦିଘାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା 'ୟଶ'
ଚାନ୍ଦବାଲି କିମ୍ବା ଦିଘାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା 'ୟଶ'
admin
May 21, 2021 - 04:42
Updated: May 21, 2021 - 04:42
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ବେଳକୁ ବାତ୍ୟାର ରୂପ ନେବବୋଲି ଆକଳନ କରାଯାଉଛି । ଯାହାକି ୨୬ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହାକୁ ନେଇ ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳରେ ବାତ୍ୟା ମାଡ଼ ହେବବୋଲି କୁହାଯାଉଥିବାବେଳେ ଚାନ୍ଦବାଲି କିମ୍ବା ଦିଘାରେ ସ୍ଥଳଭାଗ ଛୁଇଁପାରେ ବୋଲି କୁହାଯାଉଛି । ତେବେ ଆଇଏମଡ଼ି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ଆଇଏମଡ଼ିର ଆକଳନକୁ ହିଁ ଆମେ ସମସ୍ତେ ଗ୍ରହଣ କରିବା ଦରକାର ।
ୱିଣ୍ଡ ଡଟ କମର ପୂର୍ବାନୁମାନ ଅନୁଯାୟୀ, ମେ’ ୨୬ ସକାଳେ ବାତ୍ୟା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ଦିନ ୧୨ଟା ବେଳକୁ ତାହା ଓଡ଼ିଶା ଉପକୂଳରେ ପହଁଚିଯିବ । ତେବେ ଉତର ପଶ୍ଚିମ ଦିଗରେ ବାତ୍ୟା ଗତି କରିବାର ଥିବାରୁ ଚାନ୍ଦବାଲିରେ ମାଡ଼ ହେବବୋଲି ଆକଳନ କରାଯାଉଛି ।
ସେହିପରି ଆଇଏନସିଓଆଇଏସର ମଡେ଼ଲ ଅନୁଯାୟୀ, ବାତ୍ୟା ୟାଶ ବାଲେଶ୍ୱର ଓ ଦୀଘା ମଝିରେ ସ୍ଥଳଭାଗ ଛୁଇଁବ । ସେହିପରି ଇସିଏମଡବ୍ଲୁ୍ୟଏଫର ଆକଳନ ଅନୁସାରେ ବାତ୍ୟା ମେ’ ୨୭ରେ ବାଲେଶ୍ୱର ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ୟୁଏସ ଜିଏଫଏସ କିନ୍ତୁ ଭିନ୍ନ ମତ ପୋଷଣ କରୁଛି । ଏହାର ମଡେ଼ଲ ଆଧାରରେ ମେ’ ୨୮ ଓ ୨୯ରେ ବାତ୍ୟା ବାଂଲାଦେଶରେ ହିଁ ସ୍ଥଳଭାଗକୁ ଛୁଇଁବ ।
ଅପରପକ୍ଷରେ ଆଇକନର ନୁ୍ୟମେରିକାଲ ମଡେ଼ଲ ଅନୁସାରେ ବାତ୍ୟାଟି ଭେରି ସିଭିଏର ବର୍ଗର ହୋଇଥିବାବେଳେ ଏହା ଓଡ଼ିଶା ସୀମାନ୍ତରେ ଥିବା ପଶ୍ଚିମବଙ୍ଗ ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି । କାନାଡା ମେଟ ସେଂଟର ଅନୁସାରେ ମେ’ ୨୮ ମଧ୍ୟରାତ୍ର ବେଳକୁ ଏହା ବାଲେଶ୍ୱରରେ ସ୍ଥଳଭାଗ ଛୁଇଁପାରେ ।
ଏହି ବାତ୍ୟା ଯୋଗୁଁ ୧୫୦ରୁ ୧୯୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ସେହିପରି ପୁରୀ ଓ ବାଲେଶ୍ୱରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।