ଚିଟଫଣ୍ଡ : ଆଶୀର୍ବାଦଙ୍କ ବିରୋଧରେ ସିବିଆଇ ଚାର୍ଜସିଟ

ଚିଟଫଣ୍ଡ : ଆଶୀର୍ବାଦଙ୍କ ବିରୋଧରେ ସିବିଆଇ ଚାର୍ଜସିଟ

ଚିଟଫଣ୍ଡ : ଆଶୀର୍ବାଦଙ୍କ ବିରୋଧରେ ସିବିଆଇ ଚାର୍ଜସିଟ
ଭୁବନେଶ୍ୱର : ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଜାରି ରଖିଥିବାବେଳେ ଏଟି ଠକେଇ ନେଇ ଚାର୍ଜସିଟ ଦାଖଲ କରିଛି । ଓଡ଼ିଶା ଅର୍ଥତତ୍ତ୍ୱ (ଏଟି) ଗ୍ରୁପ ଚିଟ୍ଫଣ୍ଡ ଠକେଇ ମାମଲାରେ ସିବିଆଇ ଓଡ଼ିଶା କି୍ରକେଟ ଆସୋସିଏସନ (ଓସିଏ) ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ମୋଟ ୩ ଜଣଙ୍କ ନାମରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି । ଆଶୀର୍ବାଦଙ୍କ ବ୍ୟତୀତ ଖାରବେଳ ନଗର କଡ଼ରେ ଥିବା ହୋଟେଲ ‘ସୋଲାନ ଇନ’ର ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ ନିଦେ୍ର୍ଧଶକ ସମ୍ବିତ ଖୁଂଟିଆଙ୍କ ନାମରେ ଚାର୍ଜସିଟ ଦାଖଲ ହୋଇଛି । ସୂଚନାଯୋଗ୍ୟଯେ, ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ ତାରିଖରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିବା ବେଳେ କମଳାକାନ୍ତ ଓ ଆଶୀର୍ବାଦ କେବଳ ଜେରାର ସମ୍ମୁଖୀନ ହୋଇଛନ୍ତି । ପୂର୍ବରୁ ଏହି ମାମଲାରେ ୮ କମ୍ପାନୀ ଓ ୩୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜସିଟ୍ ସହ ୪ଟି ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିସାରିଛି ।