ଚିଟ୍‌ଫଣ୍ଡ ଦୁର୍ନୀତି ନେଇ ପ୍ରକାଶ ପାଇବ ଶ୍ୱେତପତ୍ର

ଚିଟ୍‌ଫଣ୍ଡ ଦୁର୍ନୀତି ନେଇ ପ୍ରକାଶ ପାଇବ ଶ୍ୱେତପତ୍ର

ଚିଟ୍‌ଫଣ୍ଡ ଦୁର୍ନୀତି ନେଇ ପ୍ରକାଶ ପାଇବ ଶ୍ୱେତପତ୍ର
ଭୁବନେଶ୍ୱର: ଚିଟ୍‌ ଫଣ୍ଡ ଦୁର୍ନୀତି ନେଇ ଶ୍ୱେତପତ୍ର ପ୍ରକାଶ ନିମେନ୍ତ ରାଜି ହୋଇଛନ୍ତି ରାଜ୍ୟ ସରକାର । ଏନେଇ ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇଥିଲେ। ଏହାପରେ ଆସନ୍ତା ୨୨ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଛି କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ। କ୍ଷତିଗ୍ରସ୍ତ ଜମାକାରୀଙ୍କ ସହ ବିଜେଡି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କର ଗତକାଲି ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେତେ କଂପାନୀ ଚିଟ୍‌ ଫଣ୍ଡ ଦୁର୍ନୀତିରେ ସଂପୃକ୍ତ, କେତେ ସମ୍ପତ୍ତି ସିଜ୍ ହୋଇଛି, କେତେ ଟଙ୍କା ଆଦାୟ ହୋଇଛି ଏବଂ କେତେ ଗଚ୍ଛିତ ଅଛି ସେସବୁ ତଥ୍ୟ ଶ୍ୱେତପତ୍ରରେ ରହିବ । ସେହିଭଳି କେବଳ କ୍ଷୁଦ୍ର ନୁହେଁ, ସମସ୍ତ କ୍ଷତିଗ୍ରସ୍ତ ଚିଟଫଣ୍ଡ୍ ଜମାକାରୀଙ୍କୁ ମଧ୍ୟ ଚିହ୍ନଟ କରାଯିବ । ଏଥିପାଇଁ ଆସନ୍ତା ୨୨ରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯିବ ବୋଲି ସୌମ୍ୟରଞ୍ଜନ ସୂଚନା ଦେଇଛନ୍ତି । ଏହ ପ୍ରତିଶ୍ରୁତି ପରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା କହିଛନ୍ତି କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚର ଆବାହକ ଜୟନ୍ତ ଦାସ।