ଛାତରୁ ଖସି କର୍ମଚାରୀ ମୃତ

ଛାତରୁ ଖସି କର୍ମଚାରୀ ମୃତ

ଛାତରୁ ଖସି କର୍ମଚାରୀ ମୃତ
ଭୁବନେଶ୍ୱର: ଚନ୍ଦ୍ରଶେଖରପୁରରେ ଏକ ହୋଟେଲରେ ଛାତରୁ ଖସି ଜଣେ କର୍ମଚାରୀ ମୃତୁ୍ୟ ଘଟିଛି । ମୃତକ ଜଣକ ହେଲେ ଜଗତସିଂହପୁର ପିତେଇ ପୁର ଅଂଚଳର ଲକ୍ଷ୍ମୀଧର ରଣା । ଘଟଣାରୁ ଜଣାପଡୁଛି ଯେ ସେ ଶୋଇଥିବା ବେଳେ ଛାତରୁ ଖସି ମୃତୁ୍ୟ ହୋଇଥିବା ସହକର୍ମୀଙ୍କ ସୂଚନା ଦେଉଛନ୍ତି । କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ ଯେ କେହି ଜଣେ ଛାତରୁ ଠେଲି ହତ୍ୟା କରିଛନ୍ତି । ପ୍ରକୃତ ରହସ୍ୟ କଣ ତାହା ଏ ପର୍ଯ୍ୟନ୍ତ ଜଣାପଡିନି । ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରକୃତ ରହସ୍ୟ ତଦାରଖ କରୁଛନ୍ତି ।