ଛାତ୍ରୀ ଅସଦାଚରଣ ପାଇଁ ୨୩ ବର୍ଷ ପରେ ଗିରଫ ହେଲେ ଶିକ୍ଷକ

ଛାତ୍ରୀ ଅସଦାଚରଣ ପାଇଁ ୨୩ ବର୍ଷ ପରେ ଗିରଫ ହେଲେ ଶିକ୍ଷକ

ଛାତ୍ରୀ ଅସଦାଚରଣ ପାଇଁ ୨୩ ବର୍ଷ ପରେ ଗିରଫ ହେଲେ ଶିକ୍ଷକ
ଦାର୍ଜିଲିଂ : ୨୩ ବର୍ଷ ତଳେ ଜଣେ ଛାତ୍ରୀଙ୍କ ସହିତ ଅସଦାଚରଣ କରିଥିବା ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି । ପଶ୍ଚିମବଙ୍ଗର ଦାର୍ଜିଲିଂରେ ଏହି ଘଟଣା ଘଟିଛି । ୨୦୧୯ ସେପ୍ଟେମ୍ବରରେ ୩୭ ବର୍ଷୀୟ ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଥିଲା । ଛାତ୍ରୀ ଜଣଙ୍କୁ ତାଙ୍କ ଘରେ ଟ୍ୟୁସନ ପଢାଇବା ସମୟରେ ଏକାଧିକ ଥର ଅସଦାଚରଣ କରିଥିଲେ । ବିଗତ ୨୩ ବର୍ଷ ମଧ୍ୟରେ ଶିକ୍ଷକ ଜଣକ ୨୦ରୁ ଅଧିକ ସ୍କୁଲରେ ଚାକିରି କରିଥିବା ବେଳେ ମହିଳା ଜଣକ ଏବେ ହଂକଂରେ ଅବସ୍ଥାନ କରୁଛନ୍ତି । କେବଳ ପୁରୁଣା ଅଭିଯୋଗ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ଅଭିଯୁକ୍ତ ଶିକ୍ଷକ ଜଣକ ଏକାଧିକ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ବୋଲି ମାମଲାର ତଦନ୍ତକାରୀ ଅଫିସର କହିଛନ୍ତି ।