ଜଳ ଜୀବନ ମିଶନରେ ଓଡ଼ିଶାକୁ ୩୩୨୩ କୋଟି

ଜଳ ଜୀବନ ମିଶନରେ ଓଡ଼ିଶାକୁ ୩୩୨୩ କୋଟି

ଜଳ ଜୀବନ ମିଶନରେ ଓଡ଼ିଶାକୁ ୩୩୨୩ କୋଟି

ଭୁବନେଶ୍ୱର : ଜଳଜୀବନ ମିଶନରେ ଓଡ଼ିଶାକୁ ୨୦୨୧-୨୨ ବର୍ଷରେ ମିଳିଛି ୩୩୨୩ କୋଟି ୪୨ ଲକ୍ଷ ଟଙ୍କାର ଅନୁଦାନ । ୨୦୨୦-୨୧ ଆର୍ଥିକ କେନ୍ଦ୍ର ଦେଇଥିଲା ୮୧୨ କୋଟି ୧୫ ଲକ୍ଷ । ଏଥର ୪ ଗୁଣା ଅଧିକ ଅର୍ଥ ଓଡ଼ିଶାକୁ ମିଳିଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ଘୋଷଣା କରିବା ସହ କହିଛନ୍ତି, ୨୦୨୪ ମାର୍ଚ୍ଚ ସୁଦ୍ଧା ‘ହର ଘର ଜଳ’ ଲକ୍ଷ୍ୟ ପୂରଣ ହେବ । ଏହି ସମୟସୀମା ଭିତରେ ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ସ୍ୱଳ୍ପ ପାଣି ଯୋଗାଇ ଦେବା ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଦିଆଯିବ । ୨୦୧୯ ରେ ଜଳ ଜୀବନ ମିଶନ ଆରମ୍ଭ ହୋଇଥିଲା । ସେତେବେଳେ ଦେଶରେ ଥିବା ମୋଟ ୧୮.୯୩ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ମାତ୍ର ୧୭% ଅର୍ଥାତ ୩.୨୩ କୋଟି ଘରେ ଟ୍ୟାପ ଯୋଗେ ପିଇବା ପାଣି ପହଞ୍ଚିଥିଲା । ଗତ ୨୨ ମାସ ଭିତରେ କରୋନା ସଂକଟ ସତ୍ତ୍ୱେ ଜଳ ଜୀବନ ମିଶନ କାର୍ଯ୍ୟ ଦ୍ରୁତଗତିରେ କାର୍ଯ୍ୟକାରୀ କରାଯାଇଛି ।