ପୁଣି ୨୭ ହଜାର ତଣ୍ଡ ଗଣିଲେ ଅଟୋ ଚାଳକ

ପୁଣି ୨୭ ହଜାର ତଣ୍ଡ ଗଣିଲେ ଅଟୋ ଚାଳକ

ପୁଣି ୨୭ ହଜାର ତଣ୍ଡ ଗଣିଲେ ଅଟୋ ଚାଳକ
ଭୁବନେଶ୍ୱର: ଟ୍ରାଫିକ ନିୟମ ଭାଙ୍ଗି ପୁଣି ରାଜଧାନୀରେ ଫସିଲେ ଅଟୋ ଚାଳକ । ଅଟୋ ଚାଳକଙ୍କୁ ତ୍ରାହି ନାହିଁ । ପକେଟରୁ ଗଣିଲେ ୨୭ ହଜାର ଟଙ୍କା ଫାଇନ୍ । ଗତକାଲି ଅଟୋ ଡ୍ରାଇଭର ଉପରେ ୪୭ ହଜାର ୫୦୦ଟଙ୍କା ଫାଇନ ହୋଇଥିବା ବେଳେ ଆଜି ଆଉ ଏକ ଅଟୋ ଡ୍ରାଇଭର ଉପରେ ଚଡ଼କ ପଡିଛି । ବାଣୀବିହାର ଫ୍ଲାଏ ଓଭର ଉପରେ ୫ଟି ନିୟମ ଉଂଲଘନ କରିଥିବା ଅଭିଯୋଗରେ ୨୭ ହଜାର ଟଙ୍କାର ଫାଇନ ପଡିଛି । ଅଟୋ ଡ୍ରାଇଭର ଜଣକ ହେଉଛନ୍ତି କବିନ୍ଦ୍ର ସାହୁ । ବାଣୀବିହାର ଫ୍ଲାଏଓଭରରେ ଚେକିଂ ବେଳେ ନିୟମ ଭାଙ୍ଗି ୨୭ ହଜାର ଜରିମାନା ଗଣିଲେ କବିନ୍ଦ୍ର । ସୂଚନା ମୁତାବକ, ପଲ୍ୟୁସନ ସାଟିର୍ଫିକଟ ନଥିବାରୁ ୧୦ ହଜାର ଟଙ୍କା, ରେଜିଷ୍ଟ୍ରେସନ ନଥିବାରୁ ୫ ହଜାର, ପରମିଟ ନଥିବାରୁ ୧୦ ହଜାର , ଇନସୁରାନ୍ସ ନଥିବାରୁ ୨ ହଜାର ଟଙ୍କାର ଫାଇନ ପଡିଛି ।