ଜାଣନ୍ତୁ ପ୍ରସନ୍ନତାର ସରଳ ଉପାୟ

ଜାଣନ୍ତୁ ପ୍ରସନ୍ନତାର ସରଳ ଉପାୟ

ଜାଣନ୍ତୁ ପ୍ରସନ୍ନତାର ସରଳ ଉପାୟ
ମଣିଷ ଜୀବନ ଇଶ୍ୱରଙ୍କ ବରଦାନ କହିଲେ ଭୁଲ ହେବନାହିଁ । ପ୍ରତ୍ୟେକ ମୁହୁର୍ତକୁ ଭଲଭାବେ ଉପଭୋଗ କରିବାକୁ ଚାହୁଥିଲେ କେତୋଟି ସରଳ ଉପାୟ ଅବଲମ୍ବନ କରିବା ଉଚିତ । ନିଜେ ଖୁସି ରହିବା ସହ ଅନ୍ୟମାନଙ୍କ ପ୍ରସନ୍ନତା ପ୍ରତି ଧ୍ୟାନ ଦେଇଥିବା ଲୋକେ ନିଶ୍ଚିତ ଭାବେ ମହାନ ବ୍ୟକ୍ତିତ୍ୱର ଉଦାହରଣ ଅଟନ୍ତି । - ନିଜେ ଖୁସି ପ୍ରମୁଖ ରହସ୍ୟ ହେଲା ଏହାର ଚାବି କାଠି ଆପଣଙ୍କ ପାଖରେ ହିଁ ଅଛି । ଅନ୍ୟ ପାଇଁ ବ୍ୟତିବ୍ୟସ୍ତ ହୋଇ ନିଜ ଜୀବନକୁ ନର୍କଗାମୀ କରନ୍ତୁ ନାହିଁ । ଭୁଲ କରୁଥିବା ବ୍ୟକ୍ତିଟି ଏଇ ଜନ୍ମରେ ହିଁ ତାର ଫଳ ପାଇବା ଥୟ । - ନିଜ ଚାରିପାଖରେ ଘଟୁଥିବା କେତେକ ପରିସ୍ଥିତି ଆପଣଙ୍କ ନିୟନ୍ତ୍ରଣ ନାହିଁ । ତା ପାଇଁ ଆଦୌ ବ୍ୟତିବ୍ୟସ୍ତ ନ ହୋଇ ବରଂ ଯାହା କରି ପରିବର୍ତନ କରିବେ ସେ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । - କେହି ଜଣେ ଆପଣଙ୍କୁ ପରିହାସ କରୁଛି କିମ୍ବା ଅସମ୍ମାନ ପ୍ରଦର୍ଶନ କରୁଛି ତାର ପରିବର୍ତନ ନିରବ ରହି ବରଂ ସେମାନଙ୍କଠାରୁ ଦୂରେଇ ରୁହନ୍ତୁ । କାରଣ ଏଇ ବର୍ଗର ଲୋକଙ୍କ ଦଳରେ ନିଜକୁ ସାମିଲ ନ କରିବା ବୁଦ୍ଧିମାନର ପରିଚୟ । - କୌଣସି ପ୍ରସଙ୍ଗ ପାଇଁ ମନ ଦୁଃଖ ହେଲେ ନିଜ ପ୍ରିୟ ଗୀତ ଲଗାଇ ନୃତ୍ୟ କରନ୍ତୁ । ଦେଖିବେ କିଛି ମୁହୂର୍ତରେ ଆପଣଙ୍କୁ ପ୍ରସନ୍ନ ଲାଗିବ ।