ଦୋକାନ ଉପରେ ଚଢିଗଲା ପଥର ବୋଝେଇ ଟ୍ରକ୍‌ : ଚାରି ଗୁରୁତର

ଦୋକାନ ଉପରେ ଚଢିଗଲା ପଥର ବୋଝେଇ ଟ୍ରକ୍‌ : ଚାରି ଗୁରୁତର

ଦୋକାନ ଉପରେ ଚଢିଗଲା ପଥର ବୋଝେଇ ଟ୍ରକ୍‌ : ଚାରି ଗୁରୁତର
ଭୁବନେଶ୍ବର:ଭୁବନେଶ୍ବର ଉପକଣ୍ଠ ମେଣ୍ଢାଶାଳ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୋକାନ ଉପରେ ଚଢ଼ି ଓଲଟି ପଡ଼ିଲା ପଥର ବୋଝେଇ ଟ୍ରକ୍। ଫଳରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଏକାଧିକ ଦୋକାନ ଉପରେ ଚଢ଼ିଯାଇ ପଥର ବୋଝେଇ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଗୁରୁତରଙ୍କୁ ନିକଟସ୍ଥ ମେଣ୍ଢାଶାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।