ନବୀନଙ୍କ ବଡ ଘୋଷଣା : ମେ’ ୨୪ରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରାଯିବ

ନବୀନଙ୍କ ବଡ ଘୋଷଣା : ମେ’ ୨୪ରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରାଯିବ

ନବୀନଙ୍କ ବଡ ଘୋଷଣା : ମେ’ ୨୪ରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରାଯିବ
ଭୁବନେଶ୍ୱର : କରୋନା ମୁକାବିଲା ନେଇ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି । କରୋନାରେ ମୃତୁ୍ୟବରଣ କରିଥିବା ଲୋକଙ୍କ ପରିବାରକୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ । ମୃତକଙ୍କ ବିଧବା ପନôୀ ଓ ବାପା ପ୍ରାଣ ହରାଇଥିବା ପିଲାଙ୍କୁ ଯୋଜନାରେ ସାମିଲ କରାଯାଇ ପେନସନ ଦିଆଯିବ । ସେହିପରି ମେ’ ୨୪ରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରାଯିବ । ଆଶାକର୍ମୀ ଓ ଏଏନଏମମାନେ ସର୍ଭେ କରିବେ । ସେମାନଙ୍କୁ ୩ ମାସ ପାଇଁ ମାସିକ ୧ ହଜାର ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରାଯିବ । ଗାଁ କଲ୍ୟାଣ ସମିତି ଏଥିରେ ସାମିଲ ହେବ । ତେଣୁ ପ୍ରତି ସମିତିକୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ନବୀନ କହିଛନ୍ତି । ବାପାମା’ଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବାକୁ ମଧ୍ୟ ଘୋଷଣା କରାଯାଇଛି । ଅକ୍ସିଜେନର ସୁପରିଚାଳନା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବ । ସେହିପରି ସରପଂଚମାନେ ଲକଡାଉନ ଓ ଟିଏମସି ସମ୍ପର୍କରେ ନିଷ୍ପତି ନେବେବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।