ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ, ମା ଠୁ ଛୁଆକୁ ଅଲଗା କଲେ

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ରାସ୍ତାରୁ ବୁଲା କୁକୁରଙ୍କ ସ୍ଥାନାନ୍ତରକୁ ବିରୋଧ କରିଛି ପିପୁଲ ଫର୍ ଆନିମଲ୍। ସ୍ଥାନାନ୍ତରଣ ଆନିମଲ୍ ଆକ୍ଟ କୁ ବିରୋଧରେ ହେଉଛି। ବର୍ତମାନ ପ୍ରଜନନ ପରେ ସବୁ ଜାଗାରେ କୁକୁର ଛୁଆ ବୁଲୁଛନ୍ତି। ସେମାନଙ୍କ ଠାରୁ ସେମାନଙ୍କ ମାଙ୍କୁ ଅଲଗା କରି ନେବା ଅପରାଧ। ଏହା ସହ ଯେଉଁ ସ୍ଥାନରେ ସେମାନଙ୍କୁ ରଖାଯାଇଛି ସେଠାରେ ସେମାନଙ୍କ ଖାଦ୍ୟ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛି ସଂସ୍ଥା। କାନଭୋକେଶନ ସରିବା ପରେ ସେମାନଙ୍କୁ ସେମାନଙ୍କ ସ୍ଥାନରେ ଛାଡ଼ିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ଏଥିପାଇଁ ବିଏମସି, ନଗର ଉନ୍ନୟ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଜଣାଇଛନ୍ତି ପିପୁଲ ଫର୍ ଆନିମଲ୍ ସମ୍ପାଦକ ଜୀବନ ବଲ୍ଲଭ ଦାସ।