ପୁରୀ ପାଇଁ ଏନଏମଏରୁ ଅନୁମତି ନିଆଯାଇନି : ଅପରାଜିତା

ପୁରୀ ପାଇଁ ଏନଏମଏରୁ ଅନୁମତି ନିଆଯାଇନି : ଅପରାଜିତା

ପୁରୀ ପାଇଁ ଏନଏମଏରୁ ଅନୁମତି ନିଆଯାଇନି : ଅପରାଜିତା
ଭୁବନେଶ୍ୱର: ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମୀଳନି କହିଛନ୍ତି ଯେ, ବାଇ-ଲ ପ୍ରସଙ୍ଗରେ ମୁଁ ମନ୍ତ୍ରାଳୟ ସହ ବିସ୍ତୃତ କଥା ହୋଇଛି । ରାଜ୍ୟ ସରକାର କଥା ବୁଝନ୍ତୁ, ଆରୋପ ପ୍ରତ୍ୟାରୋପରେ କିଛି ହେବନି । ସମସ୍ତେ ଓଡିଶାର ବିକାଶ ଚାହୁଁଛନ୍ତି, ତର୍କ ବିତର୍କରେ ଲାଭ ନାହିଁ । ବିକାଶର କୌଣସି ଦଳ ନଥାଏ ବୋଲି ସାଂସଦ ଅପରାଜିତା କହିଛନ୍ତି । ଶ୍ରୀମତୀ ଷଢଙ୍ଗୀ ଆହୁରୀ କହିଛନ୍ତି, ଆମ ଦେଶରେ ୩୬୯୩ଟି କୀର୍ତିରାଜିରୁ ୮୦ଟି ଆମ ରାଜ୍ୟରେ ଅଛି । ଏସବୁ କୀର୍ତିରାଜିର ରକ୍ଷଣାବେକ୍ଷଣ ନେଇ ଆଇନରେ ସ୍ପଷ୍ଟ ରହିଛି । କୀର୍ତିରାଜିର ପ୍ରଥମ ୧୦୦ ମିଟର ନିଷିଦ୍ଧାଂଚଳ ଆଇନ ରହିଛି । ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇ ପାରିବନି । ୨୦୦ ମିଟର ମଧ୍ୟରେ ଅନୁମତି ନେଇ କାମ କରାଯାଇ ପାରିବ । ରାଜ୍ୟ ସଂସ୍କୃତି ନିଦେ୍ର୍ଧଶକଙ୍କ ଅନୁମତି କାର୍ଯ୍ୟ କରାଯାଇ ପାରିବ । ସଂସ୍କୃତି ନିଦେ୍ର୍ଧଶକ ଏନଏମଏକୁ ପଠାଇବେ , ଏନଏମଏ କହିଲେ କାମ ହୋଇ ପାରିବ । ଆମେ ଯଦି କାମ କରିବାକୁ ଅନୁମତି ମାଗିବା, କେନ୍ଦ୍ର ବାଧା ଦେବନି । ଯାହା ସବୁ ଘଟିଲା ଏହା ଅଜ୍ଞାନତାର ପରିଚୟ ବୋଲି ଶ୍ରୀମତୀ ଷଢଙ୍ଗୀ କହିଛନ୍ତି । ହେରିଟେଜ୍ ବାଇ-ଲ ପ୍ରତ୍ୟାହାର ହେଲେ କିଛି ଲାଭ ହେବନାହିଁ । କାରଣ ସମ୍ବିଧାନରେ ଆଇନ ରହିଛି, ସେ ତ ପ୍ରତ୍ୟାହାର ହେଉନି । ବାଇ-ଲ ଲାଗୁ ହେଲେ ସବୁକିଛି ଆହୁରି ବ୍ୟବସ୍ଥିତ ହୋଇଯିବ । ରାଜ୍ୟ ସରାକରଙ୍କ ମତାମତ ନିଆନଯିବା କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସାଂସଦ ଅପରାଜିତା ଷଢଙ୍ଗୀ କହିଛନ୍ତି ।