ପେଟ ରୋଗ ପାଇଁ ମହୌଷଧି ପୋଦିନା

ପେଟ ରୋଗ ପାଇଁ ମହୌଷଧି ପୋଦିନା

ପେଟ ରୋଗ ପାଇଁ ମହୌଷଧି ପୋଦିନା
ବିଭିନ୍ନ ପ୍ରକାର ଭାରତୀୟ ବ୍ୟଞ୍ଜନରେ ପୋଦିନା ପତ୍ରର ଉପଯୋଗ ହୋଇଥାଏ । ଏହାର ବାସ୍ନା ଓ ସ୍ୱାଦ ଉଭୟ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ପୋଦିନା ପତ୍ରରେ ମହଜୁଦ୍‍ ଫାଇବର ଆମ କୋଲେଷ୍ଟୋରଲ ସ୍ତରକୁ ନିୟନ୍ତ୍ରଣ କରିଥାଏ । ପେଟ ରୋଗରୁ ମୁକ୍ତି ପାଇବାକୁ ଚାହୁଁଥିଲେ, ପୋଦିନା ରସ ଓ ଲେମ୍ବୁ ରସ ମିଶାଇ ପିଇବା ହିତକାରୀ । ଶୀତରେ ସର୍ଦି ରୋଗରୁ ରକ୍ଷା ପାଇବାକୁ ହେଲେ, ନିୟମିତ ସକାଳେ ୧ ଚାମଚ ପୋଦିନା ରସ ପିଇବା ଉଚିତ । ମୁଖ ଦୁର୍ଗନ୍ଧରୁ ବର୍ତ୍ତିବାକୁ ହେଲେ, ପୋଦିନାରସ ନିୟମିତ ଦାନ୍ତରେ ଲଗାଇଲେ ସମସ୍ୟା ଦୂର ହୋଇଥାଏ ।