ରେକର୍ଡ ମୂଲ୍ୟରେ ବିକି୍ର ହେଲା ୱର୍ନଙ୍କ ଟୋପି
ରେକର୍ଡ ମୂଲ୍ୟରେ ବିକି୍ର ହେଲା ୱର୍ନଙ୍କ ଟୋପି
admin
Jan 12, 2020 - 01:51
Updated: Jan 12, 2020 - 01:51
ସିଡ୍ନି - ଅଷ୍ଟ୍ରେଲିଆ କି୍ରକେଟର ସ୍ପିନ କିମ୍ବଦନ୍ତି ସେନ୍ ୱର୍ନଙ୍କ ସବୁଜ ଟୋପିର ମୂଲ୍ୟ ନିଲାମରେ କୀର୍ତ୍ତିମାନ ରଚିଛି । ସିଡ୍ନିର ଏମସି ନାମକ ବ୍ୟକ୍ତି ୱର୍ନଙ୍କ ଟୋପିକୁ ୧୦,୦୭,୫୦୦ (ପାଖାପାଖି ୪ କୋଟି ୯୩ ଲକ୍ଷ ଟଙ୍କା) ଅଷ୍ଟ୍ରେଲିଆ ଡଲାରରେ କିଣିଛନ୍ତି । ଏହି ସମସ୍ତ ଅର୍ଥ ୱର୍ନ ଅଷ୍ଟ୍ରେଲିଆ ଜଙ୍ଗଲ ନିଅାଁରେ ପୀଡ଼ିତ ବ୍ୟକ୍ତିଙ୍କୁ ଦାନ କରିଛନ୍ତି । ପୂର୍ବରୁ ଅଷ୍ଟ୍ରେଲୀୟ ବ୍ୟାଟିଂ କିମ୍ବଦନ୍ତୀ ସାର ଡନ୍ ବ୍ରାଡମ୍ୟାନଙ୍କ ଟୋପି ୪,୨୫,୦୦୦ ଡଲାରରେ ନିଲାମ ହୋଇଥିଲା । ଅଷ୍ଟ୍ରେଲିଆ ଜଙ୍ଗଲ ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଏଥିରେ ୨୬ ରୁ ଊଦ୍ଧ୍ୱର୍ ଲୋକ ପ୍ରାଣ ହରାଇଥିଲେ ଓ ୨୦୦୦ ରୁ ଊଦ୍ଧ୍ୱର୍ ଘର ଅଗ୍ନି ଗର୍ଭରେ ଲୀନ ହୋଇଯାଇଥିଲା । ପାଖାପାଖି ୧୮୦ ଲକ୍ଷରୁ ଊଦ୍ଧ୍ୱର୍ ପ୍ରାଣୀ ଦଗ୍ଧ ହୋଇଯାଇଥିଲେ । ଫଳରେ ୱର୍ନ ତାଙ୍କ ଟେଷ୍ଟ ଜୀବନରେ ପିନ୍ଧୁଥିବା ଟୋପିକୁ ନିଲାମ ପ୍ରକି୍ରୟାରେ ସାମିଲ କରିଥିଲେ । ଏଥିରୁ ପ୍ରାପ୍ତ ଅର୍ଥ ରାଶିକୁ ଅଗ୍ନିକାଣ୍ଡରେ ପୀଡ଼ିତ ବ୍ୟକ୍ତିଙ୍କୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ବ୍ୟତୀତ ଅଷ୍ଟ୍ରେଲିଆ କି୍ରକେଟ ଖେଳାଳି କି୍ରସ୍ ଲିନ୍, ଗ୍ଲେନ ମାକ୍ସୱେଲ ଓ ଡା’ର୍ସି ସର୍ଟ ବିଗ୍ ବାସ୍ ଲିଗ୍ରେ ସେମାନେ ମାରୁଥିବା ପ୍ରତିଟି ଛକା ପାଇଁ ୨୫୦ ଅଷ୍ଟ୍ରେଲୀୟ ଡଲାର ଦେବା ପାଇଁ ଘୋଷଣା କରିସାରିଛନ୍ତି । ଅଷ୍ଟ୍ରେଲୀୟ ଟେନିସ୍ ତାରକା ଆସ୍ଲେ ବାର୍ଟି ଚଳିତ ସପ୍ତାହରୁ ଆୟ କରିଥିବା ସମସ୍ତ ଅର୍ଥ ରାଶି ଦେବାକୁ ସ୍ଥିର କରିଥିବା ବେଳେ ନିକ୍ କିର୍ଗୋସ୍ ପ୍ରତି ସର୍ଭ ପିଛା ୨୦୦ ଅଷ୍ଟ୍ରେଲୀୟ ଡଲାର ଦେବା ପାଇଁ କହିଛନ୍ତି ।