ଫସଲ ଉଜୁଡ଼ିଲା, ଜୀବନ ହାରିଲେ

ଫସଲ ଉଜୁଡ଼ିଲା, ଜୀବନ ହାରିଲେ

ଫସଲ ଉଜୁଡ଼ିଲା, ଜୀବନ ହାରିଲେ
ବ୍ରହ୍ମପୁର : ବାତ୍ୟାଜନିତ ଲଗାଣ ବର୍ଷାରେ ଉଜୁଡ଼ିଲା ଫସଲ। ଭାଙ୍ଗିଗଲା ଆର୍ଥିକ ମେରୁଦଣ୍ଡ । ଏତେ ବଡ଼ ଦୁଃଖ ସହି ହେଲାନି । ଶେଷରେ ଜଣେ ଚାଷୀ ଆତ୍ମହତ୍ୟା କରି ଜୀବନ ହାରିଲେ । ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତୁରୁବୁଡି ପଞ୍ଚାୟତର ଉଲୁମ ଗାଁରେ। ମୃତ ଚାଷୀଙ୍କ ନାଁ କୈଳାସ ଶବର। କୈଳାଶଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, କୈଳାସ ୨ ଏକର ଜମିକୁ ଭାଗରେ ନେଇ ଚାଷ କରୁଥିଲେ। ବର୍ଷା ପରେ ସେ ତାଙ୍କ ଫସଲ ଦେଖିବାକୁ ଯାଇଥିଲେ। ସେ ଦେଖିଲା ବେଳକୁ ଫସଲ ଲୋଟୁଥିଲା ପାଣିରେ। ବର୍ଷାରେ ଫସଲ ସବୁ ନଷ୍ଟ ହୋଇ ଯାଇଥିଲା। ଫସଲ କ୍ଷୟକ୍ଷତି ଦେଖି ସେ ସହି ପାରି ନଥିଲେ। ଏଣୁ କୀଟନାଶକ ଔଷଧ ଖାଇଦେଇଥିଲେ।