ଫିଫା ବିଶ୍ବକପ :ଆଜି ଦୁଇଟି ପ୍ରି କ୍ବାର୍ଟର ଫାଇନାଲ ମ୍ୟାଚ

ଫିଫା ବିଶ୍ବକପ :ଆଜି ଦୁଇଟି ପ୍ରି କ୍ବାର୍ଟର ଫାଇନାଲ ମ୍ୟାଚ

ଫିଫା ବିଶ୍ବକପ :ଆଜି ଦୁଇଟି ପ୍ରି କ୍ବାର୍ଟର ଫାଇନାଲ ମ୍ୟାଚ

ଅଲ୍‌ଖୋର : ଫିଫା ଫୁଟବଲ ବିଶ୍ବକପ -୨୦୨୨ର ଲିଗ୍‌ ପର୍ୟ୍ୟାୟ ଶେଷ ହୋଇଛି। ଏଥିରୁ ୧୬ଟି ଦଳ ବିଦାୟ ନେଇଥିବାବେଳେ ୧୬ଟି ଦଳ ପ୍ରି କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ୧୬ଟି ଦଳକୁ ନେଇ ପ୍ରିକ୍ବାର୍ଟର ଫାଇନାଲ ନକ୍‌ଆଉଟ୍‌ ପର୍ୟ୍ୟାୟ ମ୍ୟାଚ ଖେଳାଯିବ। ଶନିବାର ଦୁଇଟି ପ୍ରି କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯିବ। ଅଲ୍‌ ରିୟାନର ଖଲିଫା ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ନେଦରଲାଣ୍ଡସ-ଆମେରିକାକୁ ଭେଟିବ। ଲିଗ୍‌ ପର୍ୟ୍ୟାୟରେ ଆମେରିକା ୱେଲ୍‌ସ ସହ ୧-୧ ଓ ଇଂଲଣ୍ଡ ସହ ଗୋଲଶୂନ୍ୟ ବରାବର ରଖିଥିବାବେଳେ ଇରାନକୁ ଏକମାତ୍ର ଗୋଲରେ ପରାସ୍ତ କରି ଗ୍ରୁପ ଦ୍ବିତୀୟ ସ୍ଥାନ ସହ ନକ୍‌ଆଉଟରେ ପହଞ୍ଚିିଛି।

 ତାରକା ଖେଳାଳି କ୍ରିଷ୍ଟିଆନ ପୁଲିସିକ୍‌ ଏକମାତ୍ର ଗୋଲ ଦେଇଛନ୍ତି। ଅନ୍ୟପକ୍ଷରେ ନେଦରଲାଣ୍ଡ୍‌ସ ୨-୦ ଗୋଲରେ ସେନିଗାଲକୁ,୨-୦ ଗୋଲରେ କାତାରକୁ ପରାସ୍ତ କରିଥିବାବେଳେ ଇ‌େ‌କ୍ବଡର ସହ ୧-୧ ଗୋଲ ବରାବର ରଖିଥିଲା। ଦଳ ଗ୍ରୁପ ଶୀର୍ଷ ସ୍ଥାନ ସହ ନକ୍‌ଆଉଟରେ ପହଞ୍ଚିଛି। ତାରକା ଖେଳାଳି କୋଡି ଗାକପୋ ୩ଟି ଗୋଲ ଦେଇଛନ୍ତି। ଅଲରିୟାନର ଅହମ୍ମଦ ବିନ୍‌ ଅଲ୍ଲୀ ଷ୍ଟାଡ଼ିୟମରେ ଦ୍ବିତୀୟ ପ୍ରିକ୍ବାର୍ଟର ଫାଇନାଲରେ ଆର୍ଜେଣ୍ଟିନା-ଅଷ୍ଟ୍ରେଲିଆକୁ ଭେଟିବ। ଦୁଇଥର ଚମ୍ପିଆନ ଆର୍ଜେଣ୍ଟିନା ପ୍ରଥମ ମ୍ୟାଚରେ ସାଉଦିଆରବ ନିକଟରୁ ୨-୧ ଗୋଲରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ମେକ୍ସିକୋକୁ ୨-୦ ଓ ପୋଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରି ଗ୍ରୁପ ଶୀର୍ଷ ସ୍ଥାନ ସହ ପ୍ରି କ୍ବାର୍ଟର ଫାଇନାଲରେ ପହଞ୍ଚିଛି।

 ଲିଓନେଲ ମେସି ୨ଟି ଗୋଲ ଦେଇଥିବାବେଳେ ଫର୍ଣ୍ଣାଣ୍ଡେଜ ଓ ଆଲଭାରେଜ ମଧ୍ୟ ଗୋଲ ଦେବାରେ ସଫଳ ହୋଇଛନ୍ତି। ଅଷ୍ଟ୍ରେଲିଆ ଦୀର୍ଘ ୧୬ ବର୍ଷ ପରେ ନକ୍‌ଆଉଟରେ ପହଞ୍ଚିଛି। ଦଳ ପ୍ରଥମ ମ୍ୟାଚରେ ଫ୍ରାନ୍‌ସ ନିକଟରୁ ୪-୧ ଗୋଲରେ ପରାଜିତ ହେବା ପରେ ପ୍ରତ୍ୟାବର୍ତ୍ତନ କରିଥିଲା। ଦ୍ବିତୀୟ ମ୍ୟାଚରେ ୧-୦ ଗୋଲରେ ଟ୍ୟୁନିସିଆ ଓ ୩ୟ ମ୍ୟାଚରେ ୧-୦ ଗୋଲରେ ଡେନମାର୍କକୁ ପରାସ୍ତ କରି ଗ୍ରୁପ ଦ୍ବିତୀୟ ସ୍ଥାନ ସହ ପ୍ରିକ୍ବାର୍ଟର ଫାଇନାଲରେ ପହଞ୍ଚିଛି।