ବାଇକ୍ ଧକ୍କାରେ ଦୁଇ ମୃତ

ବାଇକ୍ ଧକ୍କାରେ ଦୁଇ ମୃତ

ବାଇକ୍ ଧକ୍କାରେ ଦୁଇ ମୃତ

ବୀରମିତ୍ରପୁର: ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ରାଏବଗା ରୋଡ୍‌ରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସାମ୍ନାରେ।

ମୃତକ ଦ୍ୱୟ ହେଉଛନ୍ତି ନୀରଜ ତାନି (୩୦) ଓ ଅଜୟ ସାମଦ (୨୨)। ନୀରଜଙ୍କ ଘର ପ୍ରତାପୁର ପଞ୍ଚାୟତର ଭାଲୁଳତା ଅଞ୍ଚଳରେ ହୋଇଥିବା ବେଳେ ଅଜୟଙ୍କ ଘର ସିମକୋ ଅଞ୍ଚଳରେ ବୋଲି ଜଣାପଡ଼ିଛି।

 ଗୋଟିଏ ବାଇକ୍ ରାଏବଗାରୁ ବୀରମିତ୍ରପୁର ଆସୁଥିବା ବେଳେ ଅନ୍ୟଟି ରାଏବଗା ଆଡ଼କୁ ଯାଉଥିଲା। ବାଇକ୍ ଦୁଇଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଦୁଇ ଚାଳକ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବୀରମିତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିଥିଲା। ଏହାସହ ପୁଲିସ୍ ଘଟଣାର ତଦନ୍ତ କରୁଛି।