ବିବାହକୁ ନେଇ କଙ୍ଗନା କହିଲେ ଏପରି କଥା

ବିବାହକୁ ନେଇ କଙ୍ଗନା କହିଲେ ଏପରି କଥା

ବିବାହକୁ ନେଇ କଙ୍ଗନା କହିଲେ ଏପରି କଥା
ଗ୍ୟାଙ୍ଗଷ୍ଟାର, କ୍ୱିନ, ତନୁ ୱେଡସ ମନୁ, ମଣିକର୍ଣ୍ଣିକା ପ୍ରତି ଏକାଧିକ ଫିଲ୍ମରେ ନିଜର ଅଭିନୟ ପ୍ରତିଭାର ପ୍ରମାଣ ଦେଇଥିବା କଙ୍ଗନା ରନାୱତ ବିବାହ କଥା ପଡ଼ିଲେ ‘ନା ବାବା ନା’ କହି କାନରେ ହାତ ଦେଉଥିଲେ । କହୁଥିଲେ ବିବାହର ଅର୍ଥ ଦାସତ୍ୱ । ଏବେ ଏହାକୁ ନେଇ ତାଙ୍କ ଦୃଷ୍ଟିକୋଣ ବଦଳିଲା ପରି ମନେ ହେଉଛି । ନିକଟରେ ଏକ ସାକ୍ଷାତକାରରେ ସେ ଯାହା କହିଛନ୍ତି ତାହା ତାଙ୍କ ପରିଚିତ ଓ ଘନିଷ୍ଠ ମହଲକୁ ବି ଚକିତ କରିଛି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ‘ସ୍ୱାମୀ’ ସମ୍ପର୍କରେ କହିଛନ୍ତି ‘ସବୁ ସ୍ୱାମୀ ଖରାପ ନୁହନ୍ତି । ଏମିତି ବହୁ ସ୍ୱାମିୀ ଅଛନ୍ତି ଯେଉଁମାନେ ପତ୍ନୀକୁ ହୃଦୟ ଦେଇ ଭଲ ପାଆନ୍ତି । ପତ୍ନୀର ଭଲମନ୍ଦ ବୁଝନ୍ତି ଏବଂ ଆବଶ୍ୟକ ପଡ଼ିଲେ ଯେ କୌଣସି ତ୍ୟାଗ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି ।’ ଉତ୍ତର ଶୁଣି ସାମ୍ବାଦିକ ଜଣକ ପାଦେ ଆଗକୁ ବଢ଼ି ସେ କେବେ ବିବାହ କରିବେ ବୋଲି ପଚାରିଥିଲେ । ତାର ଉତ୍ତର କଙ୍ଗନା ଦେଇଥିଲେ ଏକ ମଧୁର ସ୍ମିତହାସ୍ୟରେ ।